ଦେଶ- ବିଦେଶ

୩୫ ଫୁଟର ବୋରୱେଲ ଭିତରକୁ ଖସି ପଡ଼ିଛି ୨ ବର୍ଷର ଶିଶୁ, ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ଏସଡିଆରଏଫ୍ ଟିମ୍

ପୁଣି ବୋରୱେଲ ଟ୍ରାଜେଡି । ରାଜସ୍ଥାନ ଦଉସା ବନ୍ଦିକୁଇ ଅଞ୍ଚଳରେ ବୋରୱେଲ ଅଘଟଣ । ବୋରୱେଲରେ ଖସି ପଡ଼ିଛି ୨ବର୍ଷର ଶିଶୁ । ଉଦ୍ଧାର ପାଇଁ ୧୫ ଘଣ୍ଟା ହେଲା ଚାଲିଛି ଅପରେସନ । ଏନଡିଆରଏଫ ଓ ଏସଡିଆରଏଫ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବୋରୱେଲ ପାଖରେ ସମାନ୍ତରାଳ ଭାବେ ଆଉ ଏକ ଗର୍ତ୍ତ ଖୋଳି ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି।

ମେଡିକାଲ ଟିମ୍ ପହଞ୍ଚି ବୋରୱେଲ୍ ଭିତରକୁ ଅକ୍ସିଜେନ୍ ଯୋଗାଣ କରିଛନ୍ତି ।

ସ୍ବତନ୍ତ୍ର କ୍ୟାମେରା ଜରିଆରେ ଶିଶୁଟିର ଗତିବିଧି ଉପରେ ନଜର ରଖିଛି ଉଦ୍ଧାରକାରୀ ଦଳ । ଶିଶୁଟି ସଚେତନ ଅବସ୍ଥାରେ ଥିବା କହିଛି ଏନଡିଆରଏଫ। ଯେତେ ଶୀଘ୍ର ସମ୍ଭବ ଶିଶୁଟିକୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି । ଖେଳିବା ବେଳେ ୩୫ ଫୁଟର ବୋରୱେଲ ଭିତରକୁ ଖସି ପଡ଼ିଥିଲା କୁନି ଝିଅ ।

Related Articles

Leave a Reply

Your email address will not be published. Required fields are marked *

Back to top button