ରାଜ୍ୟ

ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି

ନ୍ଦାହାଣ୍ଡି,୧୮/୦୯: ଶୋଇଥିବା ଅବସ୍ଥାରେ କାମୁଡ଼ିଲା ସାପ । ସାପ କାମୁଡ଼ାରେ ପ୍ରାଣ ହରାଇଲେ ଚେଦାର ଗୌଡ଼ଙ୍କ ୯ ବର୍ଷର ଝିଅ ଡାଲିମ୍ଭ ଗୌଡ଼ । ସରକାରୀ ସହାୟତା ପାଇଁ ଦାବି କଲେ ସମାଜସେବୀ ଏବଂ ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଖଇରଭାଡ଼ି ଗ୍ରାମରେ ଏଭଳି ଅଘଟଣ ଘଟିଛି ।

ସୂଚନା ମୁତାବକ, ମଙ୍ଗଳବାର ରାତିରେ ଡାଲିମ୍ଭ ତାଙ୍କ ପରିବାର ଲୋକଙ୍କ ସହ ଖାଇ ପିଇ ଘରେ ଶୋଇଥିଲେ ।

ଡାଲିମ୍ବ ତଳେ ଶୋଇଥିବା ବେଳେ ଏକ ଅଜଣା ବିଷଧର ସାପ ତାଙ୍କ ଓଠକୁ କାମୁଡି ଦେଇଥିଲା । ଡାଲିମ୍ବ ଅଚେତ ଅବସ୍ଥାରେ ରହିଥିବାର ପରିବାର ଲୋକେ ଦେଖିଥିଲେ । ଏହା ଦେଖି ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ । ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଡାଲିମ୍ଭଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୌମ୍ୟ ପୁରୋହିତ ପ୍ରକାଶ କରିଥିଲେ ।

ତେବେ ଏନେଇ ଡାଲିମ୍ଭଙ୍କ ବାପା ଚେଦାର ଗୌଡ଼ ଚନ୍ଦାହାଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଚନ୍ଦାହାଣ୍ଡି ଥାନା ଏକ ଅପମୃତ୍ୟୁ ମମଲା ରୁଜୁ କରିଛି । ଏହାର ତଦନ୍ତ ଭାର ଏଏସଆଇ ବସନ୍ତ କୁମାର ସ୍ବାଇଁଙ୍କୁ ହସ୍ତାନ୍ତର କରାଯାଇଛି । ଏହା ପରେ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ବସନ୍ତ କୁମାର ସ୍ବାଇଁ, ହାବିଲଦାର କିରଣ କୁମାର ଦୋରା, ଲୋକନାଥ ବତ୍ସା, ଗୃହରକ୍ଷୀ ଚନ୍ଦ୍ରକାନ୍ତି ଜଗତ ଡାକ୍ତରଖାନା ଯାଇ ମୃତଦେହ ଜବତ କରିଛନ୍ତି । ମୃତଦେହ ଜବତ କରି ପରେ ଏହାର ବ୍ୟବଚ୍ଛେଦ କରାଇଛନ୍ତି । ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି । ମୃତ ଶିଶୁକନ୍ୟା ଜଣେ ଗରୀବ ଶ୍ରେଣୀର ହୋଇଥିବାରୁ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ସମାଜସେବୀ ମୋତିଲାଲ ସାହୁ, ଭୀମ ଡଙ୍ଗରି ହର ପୂଜାରୀ ଏବଂ ଗ୍ରାମବାସୀମାନେ ଦାବି କରିଛନ୍ତି l

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button