ରାଜ୍ୟ

ମାତାଲ୍ ଶିକ୍ଷକଙ୍କୁ ତାଗିଦ୍ କଲେ ଗଣଶିକ୍ଷା ମନ୍ତ୍ରୀ, ମଦ ପିଇ ସ୍କୁଲ ଆସିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର, ୧୮/୦୯ : ଏଣିକି ମଦ ପିଇ ସ୍କୁଲ ଆସିଲେ ଶିକ୍ଷକଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଶିକ୍ଷକଙ୍କୁ ତାଗିଦ୍ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯେ, ଶିକ୍ଷକମାନେ ନିଶାମୁକ୍ତ ରହିବା ଏକାନ୍ତ ଆବଶ୍ୟକ। ଶିକ୍ଷାଦାନ କରୁଥିବା ଶିକ୍ଷକ ଯଦି ମଦ ପ୍ରତି ଆସକ୍ତ ରହିବେ ତାହା ଶିକ୍ଷା ଉପରେ ପ୍ରଭାବ ପକାଇବ।

ବିଭାଗ ଏଥିପାଇଁ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବ।

ଶିକ୍ଷକମାନେ ମାତାଲ୍ ହୋଇ ସ୍କୁଲ ଆସିଲେ ଅଘଟଣ ଘଟିବାର ସମ୍ଭାବନା ରହିଛି। ତେଣୁ ମଦୁଆ ଶିକ୍ଷକଙ୍କୁ ଲିଖିତ ଆକାରରେ ନୋଟିସ୍ ଦିଆଯିବ। ସ୍କୁଲକୁ ଛୋଟ ଛୋଟ ପିଲା ଆସୁଛନ୍ତି। ପିଲାଙ୍କୁ ନେବା ଆଣିବା କରୁଥିବା ଗାଡି ଡ୍ରାଇଭର୍ ମଦ ପିଇଲେ ଦୁର୍ଘଟଣାର ଆଶଙ୍କା ରହିଛି। ବସ୍ ଡ୍ରାଇଭର୍ ମଦ ପିଇ ଗାଡି ଚଳାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଭାଗ ଏଥିପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

Related Articles

Leave a Reply

Your email address will not be published. Required fields are marked *

Back to top button