ରାଜ୍ୟ

ସାଉଦି ଆରବରେ ଫସି ରହିଛନ୍ତି ୬ ଓଡ଼ିଆ ଶ୍ରମିକ, ସ୍ୱଦେଶ ଫେରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ

ଳି: ଗରିବ ଘରେ ଜନ୍ମ । ନ ଖଟିଲେ ଖାଇବାକୁ ଦେବ କିଏ । ଏଇ ପେଟ ଚାଖଣ୍ଡକ ପାଇଁ ଏତେ ଚିନ୍ତା । ସେଥିପାଇଁ ତ ପେଟ ପାଟଣା ପାଇଁ କାମ କରିବାକୁ ସାଉଦି ଆରବରେ ପଳାଇଥିଲେ । ଏକ ଘରୋଇ କମ୍ପାନୀରେ ପାଣି ପାଇପରେ କାମ କରୁଥିଲେ। କିଛି ଦିନ କମ୍ପାନୀରେ କାମ କରିବା ପରେ ଏବେ କମ୍ପାନୀ କାମ ଦେଉନାହିଁ କି ସେମାନଙ୍କୁ ଦରମା ଦେଉନାହିଁ।

ଶ୍ରମିକମାନେ ଘରକୁ ଫେରିବାକୁ ସେମାନଙ୍କ ପାଖର ଆର୍ଥିକ ସମ୍ବଳ ନାହିଁ। ଏପରି ସ୍ଥିତିରେ ଏବେ ହାତରେ ଟଙ୍କା ନ ଥିବାରୁ ଅତି ଦୟନୀୟ ଭାବେ ଜୀବନ କାଟୁଛନ୍ତି ଓଡ଼ିଆ ଶ୍ରମିକ ।

ଫଳରେ ଘରକୁ ଫେରାଇ ଆଣିବାକୁ ଭିଡିଓ ଯୋଗେ ଆକୁଳ ନିବେଦନ କରିଛନ୍ତି ସାଉଦି ଆରବରେ ଫସି ରହିଛନ୍ତି ୬ ଜଣ ଓଡ଼ିଆ ଶ୍ରମିକ। ଫସିରହିଥିବା ଓଡ଼ିଆ ଶ୍ରମିକମାନଙ୍କ ମଧ୍ୟରୁ ୨ଜଣ କେନ୍ଦ୍ରାପଡା ଜିଲ୍ଲାର ହୋଇଥିବା ବେଳେ ୪ଜଣ ଖୋର୍ଦ୍ଧା ଅଞ୍ଚଳର ରହିଛନ୍ତି । ସେଠାରୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଭିଡିଓ ବାର୍ତ୍ତାରେ ନିବେଦନ କରିଛନ୍ତି ଓ ଏଥିସହ ସେମାନଙ୍କ ଦୁଃଖ ଜଣାଇଛନ୍ତି ।

୪ ମାସ ତଳେ ଏହି ୬ ଜଣ ଓଡ଼ିଆ ଶ୍ରମିକ ଏକ ଘରୋଇ କମ୍ପାନୀ ଜରିଆରେ ସାଉଦି ଆରବ ଯାଇଥିଲେ। ସେଠାରେ ପହଞ୍ଚିବା ପରେ କିଛି ଦିନ ଏକ ପାଣି ପାଇପ୍ କମ୍ପାନୀରେ କାମ କରିଥିଲେ। ଏବେ କମ୍ପାନୀ କାମ ଦେଉନାହିଁ କି ସେମାନଙ୍କୁ ଦରମା ଦେଉନାହିଁ । ଶ୍ରମିକମାନେ ଏଭଳି ଅଭିଯୋଗ କରିଛନ୍ତି। ଫଳରେ ସେଠାରେ ଭୋକ ଉପାସରେ ଜୀବନ କାଟୁଛନ୍ତି। ଏପରିକି କମ୍ପାନୀ କର୍ତ୍ତୃପକ୍ଷ ନାଲିଆଖି ଦେଖାଉଥିବାର ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button