ରାଜ୍ୟ

ଆଜି ରତ୍ନଭଣ୍ଡାର ନିରୀକ୍ଷଣ କରିବେ ASI; ଅପରାହ୍ନ ୧ଟାରୁ ସାଧାରଣ ଦର୍ଶନ ବନ୍ଦ

ଖୋଲିବ କି ଶ୍ରୀମନ୍ଦିର ଗୁପ୍ତ ରତ୍ନ ଭଣ୍ଡାର ରହସ୍ୟ ? ଆଜି ଏଏସଆଇ ପକ୍ଷରୁ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ କରାଯିବ। ଏଏସଆଇ ଅତିରିକ୍ତ ମହା ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଆଜି ଗୋଟିଏ ଦିନ ହେବ ଯାଞ୍ଚ। ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନର ୨୬ ଜଣିଆ ମିଳିତ ଟିମ୍ ସାମିଲ ହେବେ।

ଏସଓପି ଅନୁସାରେ ରତ୍ନଭଣ୍ଡାର ଯାଞ୍ଚ ବେଳେ ଶ୍ରୀଜିଉଙ୍କ ନୀତିକାନ୍ତିରେ ଯେପରି ବ୍ୟାଘାତ ନ ଘଟେ, ସେଥିପାଇଁ ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।

ଅପରାହ୍ନ ଗୋଟାଏରୁ ନିରୀକ୍ଷଣ କାର୍ଯ୍ୟ ସରିବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଭକ୍ତମାନେ ସିଂହଦ୍ୱାର ପଟେ ବାଇଶି ପାହାଚ
ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିବେ।

ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଂଗ୍ ରୁମକୁ ସ୍ଥାନାନ୍ତରଣ କରାଯାଇଛି। ସେହିପରି ଖାଲି ଆଲମିରା ଓ ସିନ୍ଦୁକ ଗୁଡିକ ନୀଳାଦ୍ରି ମ୍ୟୁଜିୟମ ନିକଟକୁ ସ୍ଥାନାନ୍ତରିତ ହୋଇ ସାରିଛି ।ଏବେ ରତ୍ନଭଣ୍ଡାର ଖାଲି ଥିବା ବେଳେ ଏହାର ନୀରିକ୍ଷଣ କରିବେ ଏଏସ୍ଆଇ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button