ରାଜ୍ୟ

ବାଇକ୍‌ ଡିକି ଭାଙ୍ଗି ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର, ମୁଣ୍ଡରେ ହାତ ଦେଲେ ଦୋକାନୀ – Kalinga News

[ad_1]

ଆନନ୍ଦପୁର : କେମିତି ହତାଶ ଏ ବ୍ୟକ୍ତି ଜଣଙ୍କ । କହୁ କହୁ କାନ୍ଦି ପକାଉଛନ୍ତି । ସଙ୍ଗେ ସଙ୍ଗେ ବାଇକ ରଖି ପାଣି ଆଣିବାକୁ ଗଲେ ଯେ ଆସି ଦେଖିଲାବେଳକୁ ବାଇକରେ ନାହିଁ ସୁନା ରୂପା ଟଙ୍କା ଥିବା ବ୍ୟାଗ୍‌ । ବାଇକ୍‌ ଡିକି ଭାଙ୍ଗି ଆଖି ପିଛୁଳାକେ ଲୁଟ୍‌ । ଛେନାପଦିଛକ ଜୟନ୍ତୀ ଜୁଏଲରୀ ଦୋକାନ ସମୁଖରୁ ବାଇକ ଡିକି ଭାଙ୍ଗି ଆଖି ପିଛୁଳାକେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର ଓ ନଗଦ ଟଙ୍କା। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଧିନସ୍ଥ ଛେନାପଦିଛକ ‘ଜୟନ୍ତୀ ଜୁଏଲର’ ଦୋକାନ ସମୁଖରୁ ସଂପୃକ୍ତ ଦୋକାନୀଙ୍କ ବାଇକ ଡିକି ଭାଙ୍ଗି ବାଇକ ଭିତରେ ଥିବା ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର ଓ ନଗଦ ୬୦ହଜାର ଟଙ୍କା ଆଖି ପିଛୁଳାକେ ଲୁଟି ନେଇଛନ୍ତି ଲୁଟେରା ।

ଲୁଟେରା ମାନେ ଅତି ଚତୁରତାର ସହ ଦୋକାନ ସମୁଖକୁ ବିସ୍କୁଟ ପକାଇ ଅପରିଷ୍କାର କରିଦେଇଥିଲେ। ଆଜି ସକାଳ ୯ଟାରେ ଦୋକାନୀ କୋଦଣ୍ଡଧର ସାହୁ ଦୋକାନ ଖୋଲିବାକୁ ଆସିବା ବେଳେ ଦୋକାନ ସମ୍ମୁଖ ଅଳିଆ ଆବର୍ଜନା ପଡି ଥିବାରୁ ସଫା କରିବା ଲାଗି ଦୋକାନ ପଛପଟକୁ ପାଣି ଆଣିବାକୁ ଯାଇଥିବା ବେଳେ ବାଇକ ଡିକିରେ ଥିବା ୫ଭରି ଓଜନର ସୁନା ଗହଣା, ଦେଢ଼ କିଲୋରୁ ଉର୍ଦ୍ଧ୍ବ ରୁପା ଅଳଙ୍କାର ଓ ନଗଦ ୬୦ ହଜାର ଟଙ୍କା ଥିବା ବ୍ୟାଗଟିକୁ ବାଇକ ଡିକି ଭିତରୁ ନେଇ ଦୌଡ଼ି ପଳେଇଥିଲେ। ଏନେଇ କୋଦଣ୍ଡ ତୁରନ୍ତ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

The post ବାଇକ୍‌ ଡିକି ଭାଙ୍ଗି ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର, ମୁଣ୍ଡରେ ହାତ ଦେଲେ ଦୋକାନୀ appeared first on KNews Odisha.

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button