ଦେଶ- ବିଦେଶ

ଏଣିକି ସମସ୍ତ ଡାକ୍ତରଙ୍କର ରହିବ ସ୍ୱତନ୍ତ୍ର ପରିଚୟପତ୍ର

ନୂଆଦିଲ୍ଲୀ: ଏଣିକି ସମସ୍ତ ଡାକ୍ତରଙ୍କର ରହିବ ସ୍ୱତନ୍ତ୍ର ପରିଚୟପତ୍ର। ଏଥିପାଇଁ ନ୍ୟାଶନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ଭାରତରେ ଚିକିତ୍ସା କରିବାକୁ ଯୋଗ୍ୟ ସମସ୍ତ ଏମ୍‌ବିବିଏସ୍‌ ଡାକ୍ତରଙ୍କର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଡାକ୍ତରଙ୍କର ପଞ୍ଜୀକରଣ ପ୍ରକ୍ରିୟା ସଦ୍ୟ ଲଞ୍ଚ୍‌ ହୋଇଥିବା ପୋର୍ଟାଲରେ ଆରମ୍ଭ କରିଛି।

ନ୍ୟାଶନାଲ ମେଡିକାଲ ରେଜିଷ୍ଟର (ଏନ୍‌ଏମ୍‌ଆର୍‌) ସମସ୍ତ ପଞ୍ଜୀକୃତ ଡାକ୍ତରଙ୍କର ଏକ ଗତିଶୀଳ ଡେଟାବେସ୍‌, ଯାହାର ପ୍ରାମାଣିକତା ଆଧାର ଆଇଡି ସହ ଯାଞ୍ଚ କରାଯିବ। ଡାକ୍ତରମାନଙ୍କ ପଞ୍ଜୀକରଣ ପାଇଁ ଏନ୍‌ଏମ୍‌ଆର୍‌ ପ୍ରସ୍ତୁତ ହୋଇଥିବା ଏନ୍‌ଏମ୍‌ସି ସମ୍ପାଦକ ଡା. ବି.ଶ୍ରୀନିବାସ କହିଛନ୍ତି। ବିଜ୍ଞପ୍ତିରେ କୁହାଯାଇଛି ଯେ କିଛି ତଥ୍ୟ ସାଧାରଣ ଜନତାଙ୍କ ପାଇଁ ଦୃଶ୍ୟମାନ ହେବ ଏବଂ ଅନ୍ୟଗୁଡିକ କେବଳ NMC, SMC, ନ୍ୟାସନାଲ ଏକ୍ସାମିନେସନ୍ ବୋର୍ଡ (NBE) ଏବଂ ମେଡିକାଲ୍ ଅନୁଷ୍ଠାନ ଏବଂ ନୈତିକତା ଏବଂ ମେଡିକାଲ୍ ପଞ୍ଜୀକରଣ ବୋର୍ଡ (EMRB) ରେ ଦୃଶ୍ୟମାନ ହେବ।

ଇଣ୍ଡିଆନ୍‌ ମେଡିକାଲ ରେଜିଷ୍ଟରରେ ପଞ୍ଜୀକୃତ ହୋଇଥିବା ସମସ୍ତ ଏମ୍‌ବିବିଏସ୍‌ ଡାକ୍ତର ପୁଣିଥରେ ଏନ୍‌ଏମ୍‌ଆର୍‌ରେ ପଞ୍ଜୀକରଣ କରାଇବେ ବୋଲି ଏନ୍‌ଏମ୍‌ସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ସମସ୍ତ ମେଡିକାଲ କଲେଜ/ଶିକ୍ଷାନୁଷ୍ଠାନ, ରାଜ୍ୟ ମେଡିକାଲ କାଉନ୍‌ସିଲଗୁଡ଼ିକୁ ଉକ୍ତ ପୋର୍ଟାଲରେ ଇଣ୍ଟରଲିଙ୍କ୍‌ କରାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button