ଦେଶ- ବିଦେଶ

ଦୁଇ ଯବାନ ଅପହୃତ: ଜଣେ ଫେରିଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜା ଚାଲିଛି

ଶ୍ରୀନଗର: ବୁଧବାର ଦିନ ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକେରନାଗ ଅଞ୍ଚଳରେ ଆତଙ୍କବାଦୀମାନେ ଟେରିଟେରାଲ୍ ଆର୍ମିର ଦୁଇଜଣ ଯବାନଙ୍କୁ ଅପହରଣ କରି ନେଇଥିଲେ। ସେହି ଯବାନଙ୍କ ମଧ୍ୟରୁ ଜଣେ ଫେରି ଆସିବାରେ ସଫଳ ହୋଇଛନ୍ତି। ଦ୍ବିତୀୟ ଜଣଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ହୋଇଛି।

ଏହାପୂର୍ବରୁ ଅକ୍ଟୋବର ୫ ତାରିଖ ଦିନ ଜମ୍ମୁ-କଶ୍ମୀରର କୁପୱାରା ଜିଲ୍ଲାରେ ଆତଙ୍କବାଦୀ ବିରୋଧୀ ମିଳିତ ଅପରେସନ ଆରମ୍ଭ ହେବା ପରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।

 

୨୦୨୦ରେ ସମାନ ଢଙ୍ଗରେ ଜଣେ ଟେରିଟୋରିଆଲ ଆର୍ମି ଯବାନଙ୍କୁ ଅପହରଣ କରି ନେଇଥିଲେ ଆତଙ୍କୀ । ଘଟଣାର ୫ ଦିନ ପରେ ପରିବାର ଲୋକଙ୍କୁ ଯବାନଙ୍କ ପୋଷାକ ମିଳିଥିଲା । ଏକ ବର୍ଷ ପରେ ମିଳିଥିଲା ଉକ୍ତ ଯବାନଙ୍କ ମୃତଦେହ ।

ଏବେ ସେହିପରି ଭାବେ ଯବାନଙ୍କୁ ଉଠାଇ ନେଇଛନ୍ତି ଆତଙ୍କୀ । ଗତ କିଛିଦିନ ହେବ ଆତଙ୍କୀ ନିପାତ ଅଭିଯାନ ଚଳାଇଛି ଭାରତୀୟ ସେନା । ଖୋଜି ଖୋଜି ଆତଙ୍କବାଦୀଙ୍କୁ କରାଯାଉଛି ଏନକାଉଣ୍ଟର । ୫ ଦିନ ତଳେ କୁପୱାଡା ଜିଲ୍ଲାରେ ସେନାର ସର୍ଚ୍ଚ ଅପରେସନ୍ ବେଳେ ନିପାତ ହୋଇଥିଲେ ୨ ଆତଙ୍କବାଦୀ । ଏଥିରେ ଉତ୍ୟକ୍ତ ହୋଇ ଯବାନଙ୍କୁ ଅପହରଣ କରି ନେଇଥିବା ଅନୁମାନ କରାଯାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button