ଦୁଇ ଦୁଇଟି ପଦବିରେ ଚାକିରି କରୁଛନ୍ତି ଜଣେ ମହିଳା, ଅନିମିୟତତାକୁ ନେଇ ଚର୍ଚ୍ଚା

ଲୋକଙ୍କୁ ମିଳୁନି ଚାକିରି । ଚାକିରି ପାଇଁ ହୀନସ୍ଥା ହେଉଛନ୍ତି ଯୁବପିଢ଼ି । କିନ୍ତୁ ଏଠାରେ ଜଣେ ମହିଳା ଦୁଇ ଦୁଇଟି ପଦବିରେ ଅଛନ୍ତି । ସରକାରଙ୍କ ପାଇଁ ବେକାରୀ ସମସ୍ୟା ମୁଣ୍ତବିନ୍ଧାର କାରଣ ପାଲିଟିଛି । କିନ୍ତୁ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ବାଲିପଶି ପଞ୍ଚାୟତର ୱାର୍ଡମେମ୍ବର ତଥା ନାଏବ ସରପଞ୍ଚ ରୂପାଲି ପ୍ରଧାନ ଦୁଇଟି ପଦବିରେ ଥିବାରୁ ଜନସାଧାରଣ ଓ ଗଣମାଧ୍ୟମରେ ଅନିମିୟତତାକୁ ନେଇ ଚର୍ଚ୍ଚା ହେଉଛି ।
ରୂପାଲି ପ୍ରଧାନ ଗତ ପଞ୍ଚାୟତ ନିର୍ବାଚନରେ ୱାର୍ଡମେମ୍ବର ଭାବେ ନିର୍ବାଚିତ ହୋଇ ବିଧିମତେ ନାଏବ ସରପଞ୍ଚ ଅଛନ୍ତି । ଏହାବାଦ୍ ମିଶନ ଶକ୍ତିର ମହିଳା ସଶକ୍ତିକରଣ କାର୍ଯ୍ୟକୁ ନେଇ ସିଆରପି ପଦରେ ମଧ୍ୟ ଅଛନ୍ତି ।
ଦୁଇଟି ପଦବିରେ ରହିବାର ଯଥାର୍ଥତା ରହିଛି କି ନାହିଁ ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ହୋଇଛି । ପଞ୍ଚାୟତ ଜନପ୍ରତିନିଧି ହୋଇ କିପରି ସରକାରୀ ଯୋଜନାର ଫାଇଦା ନେବା ପାଇଁ ସିଆରପି ଭାବେ ନିଯୁକ୍ତି କରାଗଲା । ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିବା ବେଳେ ସିଆରପି ଭାବେ କାର୍ଯ୍ୟ କରି ଛଅ ମାସର ପାରଶ୍ରମିକ ଅର୍ଥ ଗ୍ରହଣ କରିଥିବା ମଧ୍ୟ ଜଣାପଡ଼ିଛି । କଣିଁହାର ବିଡିଓଙ୍କ ଠାରୁ ବାଲିପସି ଗାଁ ପଞ୍ଚାୟତ ସରପଞ୍ଚ ପର୍ଯ୍ୟନ୍ତ ସମସ୍ତେ ଏକଥା ଜାଣି ମଧ୍ୟ ନାଏବ ସରପଞ୍ଚ ରୂପାଲି ପ୍ରଧାନଙ୍କୁ ସି.ଆର୍.ପି ପଦବିରେ କିପରି ରଖାଗଲା ବୋଲି ପ୍ରଶ୍ନ ଉଠିଛି ।