ରାଜ୍ୟ
ବୃନ୍ଦାବତୀ ନିବାସରେ ହବିଷ୍ୟାଳିଙ୍କ ଆନ୍ଦୋଳନ, ରହଣି ଦାବି କଲେ ଅଣପଞ୍ଜିକୃତ

ପୁରୀ, ୧୭/୧୦ : ପୁରୀରେ ହବିଷ୍ୟାଳିଙ୍କ ଆନ୍ଦୋଳନ। ବୃନ୍ଦାବତୀ ନିବାସରେ ହବିଷ୍ୟାଳିମାନେ ଆନ୍ଦୋଳନ କରିଛନ୍ତି। ପଞ୍ଜିକରଣ କରିନଥିବା ହବିଷ୍ୟାଳି ରହଣି ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ସୂଚନାନୁଯାୟୀ, ପୁରୀ ବୃନ୍ଦାବତୀ ନିବାସରେ କିଛି ପଞ୍ଜିକରଣ କରିନଥିବା ହବିଷ୍ୟାଳି ଏଠାରେ ରହିବାକୁ ଦାବି କରି ଆନ୍ଦୋଳନ କରିଛନ୍ତି।
ଖବର ପାଇ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛନ୍ତି। ପ୍ରଥମେ ପଞ୍ଜିକୃତ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରାଯିବ, ଏହା ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ଦିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।