ରାଜ୍ୟ
ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ

ପୁରୀ ୦୧/୧୦: ପୁରୀ ନରେନ୍ଦ୍ର ପୋଖରୀରେ ବୁଡ଼ି ଗଲେ ଦୁଇ ଯୁବକ। ଗାଧୋଇବା ବେଳେ ବୁଡ଼ିଯାଇ ଆଖିବୁଜିଲେ ୨ ଯୁବକ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚ ନରେନ୍ଦ୍ର ପୁଷ୍କରିଣୀ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ଘଟଣାସ୍ଥଳରେ କୁମ୍ଭାରପଡ଼ା ପୋଲିସ ପହଞ୍ଚି ମୃତଦେହ ଜବତ କରିଥିବା ଜଣାପଡିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଯାଇଛି।
ତେବେ ବର୍ତ୍ତମାନସୁଦ୍ଧା ଯୁବକ ପରିଚୟ ମିଳିପାରିନାହିଁ।