ରାଜ୍ୟ

ବନ୍ୟା ପରେ ଏବେ ଦୁର୍ଗମ ଅଞ୍ଚଳରେ ବ୍ୟାପିଛି ଡାଇରିଆ, ଝାଡ଼ାବାନ୍ତିରେ ୬ ମୃତ ୩୨ରୁ ଅଧିକ ଆକ୍ରାନ୍ତ

ମାଲକାନଗିରି ବନ୍ୟା ପରିସ୍ଥିତିରେ ସୁଧାର ଆସିଛି ହେଲେ ଲୋକଙ୍କ ଦୁର୍ଦ୍ଦଶା କମିବାରେ ନାଁ ନେଉନି । ବନ୍ୟା ପରେ ଏବେ ଦୁର୍ଗମ ଅଞ୍ଚଳରେ ବ୍ୟାପିଛି ଡାଇରିଆ । ସପ୍ତାହକ ମଧ୍ୟରେ ୬ ମୃତ ୩୨ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆକ୍ରାନ୍ତ ଅଞ୍ଚଳରେ ୫ଟି ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି ।

କର୍ତନପାଲି ପଞ୍ଚାୟତ ଅନ୍ତର୍ଗତ ଲୁଲେର ଗାଁରେ ଗତକାଲି ଆକ୍ରାନ୍ତ ସୁବର୍ଣ୍ଣା ନାୟକଙ୍କ ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ବିଭାଗ ଭାଗ ପୂରା ଜୋର ଲଗାଇଥିଲେ ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣକୁ ଆସୁନି । ଗ୍ରାମାଞ୍ଚଳରେ ଡାଇରିଆର ପ୍ରକୋପ ସ୍ୱାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି ।

ଝାଡ଼ାବାନ୍ତି ପ୍ରଭାବିତ ଅଞ୍ଚଳ ଭାବେ ମାଥିଲି ବ୍ଲକର ଦୁର୍ଗମ ତୁଳସୀ ପାହାଡ଼, ଅଟାଳଗୁଡ଼ା ଏବଂ କୁଟନିପାଲି ଗାଁକୁ ଚିହ୍ନଟ କରାଯାଇଛି । ସପ୍ତାହକ ମଧ୍ୟରେ ତୁଳସୀ ଗାଁରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି କୁଟନିପାଲି ଗାଁରେ ୨ଜଣ, ଅଟାଳ ଟାଳଗୁଡା ଗାଁରେ ୩ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଏହି ବିଷୟରେ ସ୍ୱାସ୍ଥ୍ୟ ବିଭାଗ ନିକଟରେ ବି ସଠିକ୍ ତଥ୍ୟ ନାହିଁ । ତେଣୁ କୁଟନିପାଲି ଗାଁରେ ଅନ୍ୟ କାରଣ ଯୋଗୁ ୨ ଜଣ ମୃତ୍ୟୁବରଣ କରିଥିବା କୁହାଯାଇଛି । ତେବେ ଚିନ୍ତାର ବିଷୟ ହେଉଛି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚିବାରେ ବିଳମ୍ବ ହେଉଥିବାରୁ ଲୋକେ ଅନ୍ଧବିଶ୍ଵାସର ସାହାରା ନେଇଛନ୍ତି ।

ଚିକିତ୍ସା ପାଇଁ ଗୁଣିଆ ଝଡା ଫୁଙ୍କା ଆଦରି ନେଇଛନ୍ତି । ଏଭଳି ପରିସ୍ଥିତି ମୁକାବିଲା କରିବାକୁ ସ୍ଵାସ୍ଥ୍ୟ ବିଭାଗ ନାକେଦମ ହୋଇସାରିଲାଣି । ସର୍ବାଧିକ ପ୍ରଭାବିତ ତୁଳସୀ ଗାଁରେ ଖବର ପାଇ ଗୋଟିଏ ଡାକ୍ତରୀ ଦଳ ପହଞ୍ଚିଥିଲା । କିନ୍ତୁ ରାସ୍ତା ନଥିବା ଯୋଗୁଁ ଏହି ଗାଁକୁ ଟ୍ରାକ୍ଟର ଯୋଗେ ଯିବା ପାଇଁ ଟିମ୍

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button