ରାଜ୍ୟ
୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

: ଆଜି ଚିତାଲାଗି ଅମାବାସ୍ୟା । ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଚିତାଲାଗି କରାଯିବ। ଏଥିପାଇଁ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପରମ୍ପରା ଅନୁଯାୟୀ ପ୍ରଥମ ଭୋଗମଣ୍ଡପ ଶେଷ ପରେ ବାଡ଼ଗ୍ରାହୀ ଦଇତାପତି ଭିତରେ ପ୍ରବେଶ କରିବେ। ରତ୍ନ ସିଂହାସନ ଉପରକୁ ଯାଇ ଦଇତାପତିମାନେ ଦାରୁବ୍ରହ୍ମଙ୍କ ଶ୍ରୀ ମସ୍ତକରେ ଚିତାଲାଗି କରିବେ ।
ଏହାପରେ ମହାପ୍ରଭୁଙ୍କ ମହାସ୍ନାନ, ବେଶ, ସନ୍ଧ୍ୟା ଆଳତି ଆଦି ନୀତି ଅନୁଷ୍ଠିତ ହେବ। ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ସ୍ନାନମଣ୍ଡପରୁ ବାହୁଡ଼ିବାବେଳେ ସେବକମାନେ ଶ୍ରୀମସ୍ତକରୁ ଚିତା ବାହାର କରିଥିଲେ । ତେଣୁ ରବିବାର ଚିତାଲାଗି ଅମାବାସ୍ୟା ତିଥିରେ ଶ୍ରୀଜୀଉଙ୍କୁ ପୁଣିଥରେ ଚିତାଲାଗି କରାଯିବ ।