ଦେଶ- ବିଦେଶ

ବେଶ୍ୟାଳୟ ମାଟିରେ ହିଁ ନିର୍ମାଣ କରାଯାଇଥାଏ ମାଆ ଦୁର୍ଗାଙ୍କର ପ୍ରତିମୂର୍ତ୍ତି! ଜାଣନ୍ତୁ ଏହା ପଛରେ ଲୁଚି ରହିଥିବା ପ୍ରକୃତ କାରଣ…

ପାର୍ବଣ ଋତୁ ତ ଯାଇଛି ହେଲେ ଏହାରି ଭିତରେ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଆପଣ ଜାଣି ନାହାନ୍ତି କଣ ନା ଦୁର୍ଗାଙ୍କର ଯୋଉ ମୂର୍ତ୍ତି ତିଆରି କରାଯାଏ ତାହା ଭିତରେ ଲୁଚି ରହିଛି ଏକ ଗଜବ ରହସ୍ୟ । ତେବେ, ମାଆ ଦୁର୍ଗାଙ୍କର ପ୍ରତିମୂର୍ତ୍ତି ପାଇଁ ବେଶ୍ୟାଳୟର ମାଟି ବ୍ୟବହୃତ ହେଉଥିବା ଆପଣ ଜାଣନ୍ତି କି?

ଅପବିତ୍ର କୁହାଯାଉଥିବା ବେଶ୍ୟାଳୟର ମାଟି କାହିଁକି ବ୍ୟବହାର କରାଯାଉଛି ତାହାର ମଧ୍ୟ କାରଣ ରହିଛି । ଚାଲନ୍ତୁ ଜାଣିବା କଣ ରହିଛି କାରଣ ?

ଯେଉଁଭଳି ଭାବରେ ଗଙ୍ଗା ନଦୀ କୂଳରେ ଶବ ଗୁଡିକୁ ପୋଡ଼ା ଯାଇଥାଏ । ଏହି ନଦୀରେ ଅସ୍ତି ବିସର୍ଜନ ମଧ୍ୟ କରାଯାଇଥାଏ । କିନ୍ତୁ, ଗଙ୍ଗା ନଦୀକୁ ସବୁଠାରୁ ପବିତ୍ର ନଦୀ ଭାବରେ ମଧ୍ୟ ଗ୍ରହଣ କରାଯାଇଥାଏ । ଏପରିକି ଗଙ୍ଗା ନଦୀରେ ମୁଣ୍ଡ ଧୋଇଲେ ମଣିଷ କରିଥିବା ସମସ୍ତ ପାପର ଅନ୍ତ ଘଟିଥାଏ ବୋଲି ବିଶ୍ୱାସ କରାଯାଏ ।

ଠିକ୍ ସେହିଭଳି ବେଶ୍ୟାଳୟକୁ ଅପବିତ୍ର ସ୍ଥାନ ଭାବରେ ଗ୍ରହଣ କରାଯାଉଥିଲେ ହେଁ ଏଠାକାର ପବିତ୍ର ମାଟିରେ ହିଁ ମାଆ ଦୁର୍ଗାଙ୍କର ପ୍ରତିମା ନିର୍ମାଣ କରାଯାଇଥାଏ । କୌଣସି ଲୋକ ବେଶ୍ୟାଳୟ ଗଲେ ସେଠାରେ ନିଜର ଅପବିତ୍ରତାକୁ ଦାନ କରି ଆସିଥାଏ ବୋଲି ମଧ୍ୟ ବିଶ୍ୱାସ କରାଯାଇଥାଏ ।

ସେହିଭଳି ବେଶ୍ୟାଳୟ ଓ ବେଶ୍ୟା ମାନଙ୍କୁ ହୀନ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ ବୋଲି ସଚେତନତା ବାର୍ତ୍ତା ଦିଆଯାଇଥାଏ । ବେଶ୍ୟାବୃତ୍ତି ସମାଜର ସବୁଠାରୁ ପୁରୁଣା ବୃତ୍ତି ହୋଇଥିବା ବେଳେ କାହିଁ କେଉଁ ଅମଳରୁ ଏଠାକାର ମାଟିରେ ହିଁ ମାଆ ଦୁର୍ଗାଙ୍କର ମୂର୍ତ୍ତି ନିର୍ମାଣ କରାଯିବାର ପରମ୍ପରା ରହିଆସିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button