ଦେଶ- ବିଦେଶ

ମଝି ରାସ୍ତାରେ ହୁତୁ ହୁତୁ ହୋଇ ଜଳିଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଦିଲ୍ଲୀର ଜଗତପୁରୀ ଅଞ୍ଚଳରେ ବଡ ଦୁର୍ଘଟଣା । ଯାତ୍ରୀ ଭର୍ତ୍ତି ଥିବା ବସରେ ଲାଗିଲା ଭୟଙ୍କର ନିଆଁ । ବସରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଭୟଭୀତ ହୋଇ ଡେଇଁ ପଡିଥିଲେ । ରାସ୍ତା ଉପରେ ବସରେ ନିଆଁ ଲାଗିବା ଯୋଗୁଁ ଜଗତପୁରୀ, ପ୍ରୀତିବିହାର ଏବଂ ପଟପଡଗଂଜ ଅଞ୍ଚଳରେ ଅନେକ ଦୂରଯାଏଁ ଜାମ୍‌ ଲାଗିଥିଲା । ତେବେ ବସରେ ନିଆଁ ଲାଗିବା ବିଷୟରେ ଜଣେ ବାଇକ୍‌ ଆରୋହୀ ବସ୍‌ ଡ୍ରାଇଭରକୁ ସୂଚନା ଦେଇଥିଲେ ।

ଆଉ ଏଥିପାଇଁ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା ।

ଖବର ମୁତାବକ, ଜଗତପୁରୀ, ପ୍ରୀତିବିହାର ଏବଂ ପଟପଡଗଂଜ ଅଞ୍ଚଳରେ ବସ୍‌ରେ ନିଆଁ ଲାଗିଥିଲା । ହେଲେ ବସ୍‌ ଡ୍ରାଇଭର କିମ୍ବା ଯାତ୍ରୀ ଏହା ବିଷୟରେ କିଛି ଜାଣିନଥିଲେ । ତେବେ ବସ୍‌ ପଛରେ ଆସୁଥିବା ଜଣେ ବାଇକ୍‌ ଆରୋହୀ ନିଆଁ ଲାଗିବା ଦେଖି ତୁରନ୍ତ ବସ୍‌ ଡ୍ରାଇଭରକୁ ସୂଚନା ଦେଇଥିଲେ । ବସ୍‌ ଡ୍ରାଇଭର ତୁରନ୍ତ ବସକୁ ରୋକି ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ । ତେବେ ଭିଡିଓରେ ବସଟି କିପରି ହୁତୁହୁତ ହୋଇ ଜଳୁଥିବାର ଦେଖିବାକୁ ମିଳିଛି । ବସ ଭୟଙ୍କର ଭାବେ ଜଳୁଥିବାର ଦେଖିବାକୁ ମିଳିଛି ।ରାସ୍ତା ଉପରେ ବସ୍‌ରେ ନିଆଁ ଲାଗିବା ଯୋଗୁଁ ଦୀର୍ଘ କିମି ଦୂର ପର୍ଯ୍ୟନ୍ତ ଟ୍ରାଫିକ ଜାମ୍‌ ହୋଇଥିଲା । ରେସକ୍ୟୁ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ବସ୍‌ ନଆଁକୁ ଆୟତ୍ତ କରିଥିଲେ । ୩ଟି ଦମକଳ ଗାଡି ନିଆଁକୁ ଲିଭାଇଥିଲା । ହେଲେ ବସଟି ସଂପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଥିଲା । ଘଟଣାରେ କେହି ହାତାହତ ହୋଇନାହାନ୍ତି । ତେବେ ଘଟଣାଟି ଆଜି ସକାଳ ୯.୪୫ ମିନିଟରେ ଘଟିଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button