ରାଜ୍ୟ

ଘର ସାମ୍ନାରେ ହୁତୁହୁତୁ ହୋଇ ଜଳିଗଲା କାର, କିପରି ନିଆଁ ଲାଗିଲା କାରଣ ଅସ୍ପଷ୍ଟ

କାମାକ୍ଷାନଗର: ଜଳିଗଲା କାର। କାମାକ୍ଷାନଗର ଥାନା ଚୁଳିଆ ଗାଁରେ ଘର ସାମ୍ନାରେ ଛିଡାହୋଇ ଥିବା ବେଳେ ହୁତୁହୁତୁ ହୋଇ ଜଳିଗଲା ମାରୁତି ସ୍ବିଫ୍ଟ କାର । ଗାଁର ଅନିଲ କୁମାର ସାହୁ ଘର ଆଗରେ କାର ରଖିଥିଲେ । ବିଳମ୍ବିତ ରାତିରେ ହଠାତ କାରଟି ଜଳୁଥିବା ଦେଖିବାକୁ ପାଇଥିଲେ । କାମାକ୍ଷାନଗର ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।କାରଟି ଜଳି ପାଉଁଶ ହୋଇଯାଇଛି । ତେବେ କିପରି କାରରେ ନିଆଁ ଲାଗିଲା କାରଣ ଜଣାପଡିନି । ପୋଲିସ ଘଟଣାର ତଦନ୍ତ କରୁଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button