ରାଜ୍ୟ

୧୦ ଘଣ୍ଟା ପରେ ଫେରିଲା ଫରେଷ୍ଟରଙ୍କ ଚେତା, ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବା ବେଳେ ଘଟିଥିଲା ଅଘଟଣ

କାମାକ୍ଷାନଗର : ୧୦ ଘଣ୍ଟା ପରେ ଫେରିଲା ଟ୍ରାଙ୍କୁଲାଇଜ୍ ଇଞ୍ଜେକସନ ବାଜିଥିବା ଫରେଷ୍ଟରଙ୍କ ଚେତା । ଗତକାଲି ଢେଙ୍କାନାଳ କାମାକ୍ଷାନଗର କେରଜୁଳି ଗାଁରେ ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବାକୁ ଯାଇ ଫରେଷ୍ଟର ଦୀପକ ସାହୁ ଗୁରୁତର ହୋଇଥିଲେ । ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବାକୁ ଥିବା ଇଞ୍ଜେକସନ୍ ଫରେଷ୍ଟରଙ୍କ ଦେହରେ ବାଜିଥିଲା ।

ଢେଙ୍କାନାଳରେ ICU ସୁବିଧା ନଥିବାରୁ SCB ଅଣାଯାଇଥିଲା । ସେଠାରେ ସେ ଚେତାଶୂନ୍ୟ ହୋଇଯାଇଥିଲେ । କଟକ ଏସସିବିରେ ଚିକିତ୍ସିତ ହେବା ପରେ ୧୦ ଘଣ୍ଟା ପରେ ଫେରିଲା ଫରେଷ୍ଟରଙ୍କ ଚେତା ଫେରିଲା । ଏବେ ସେ ସୁସ୍ଥ ଥିବା ମଧ୍ୟ ସୂଚନା ମିଳିଛି ।

ସୂଚନା ଅନୁସାରେ କେରଜୋଳି ଗ୍ରାମରେ ଉପଦ୍ରବ କରୁଥବା ଭାଲୁ ଲୋକଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଉଥିବାରୁ ଭାଲୁକୁ ନେଇ ଉକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ତେଣୁ ଭାଲୁର ଗତିବିଧିକୁ ନିରୀକ୍ଷଣ କରି ଭାଲୁକୁ ଟ୍ରାଙ୍କୁଲାଇଜର କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ବନବିଭାଗର ଜଣେ କର୍ମଚାରୀ ଭାଲୁକୁ ଟ୍ରାଙ୍କୁଲାଇଜର କରୁଥିବା ବେଳେ ସେଠାରେ ଉପସ୍ଥିତ ଫରେଷ୍ଟର ଦୀପକ ସାହୁଙ୍କ ଦେହରେ ବାଜିଥିଲା। ଚେତା ଫେରିବା ସହ ଫରେଷ୍ଟର ଏବେ ସୁସ୍ଥ ଥିବା ସୂଚନା ରହିଛି

Related Articles

Leave a Reply

Your email address will not be published. Required fields are marked *

Back to top button