ରାଜ୍ୟ

ବଲାଙ୍ଗିରରେ ୩ ଯୁବତୀଙ୍କୁ କାର୍ ଧକ୍କାଦେବା ଘଟଣା, ଡ୍ରାଇଭର ଗିରଫ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅଞ୍ଚଳରେ ହିଟ୍ ଆଣ୍ଡ ରନ୍ ମାମଲାରେ ଅଭିଯୁକ୍ତ ଢାବା ମାଲିକ ଗିରଫ । ହୋଟେଲ ମାଲିକ ସୁଶୀଲ ସାହୁଙ୍କୁ ଗିରଫ କରିଛି ବେଲପଡା ପୋଲିସ । ଗତକାଲି ନୁନହାଡ଼ ଗାଁରେ ହିଟ୍ ଆଣ୍ଡ ରନ୍ ମାମଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗାଁର ଗୋଟିଏ ପରିବାରର ତିନିଭଉଣୀ ଘର ଆଗରେ ଛିଡ଼ା ହୋଇଥିବା ବେଳେ ହୋଟେଲ ମାଲିକ ଗାଡ଼ି ଚଢାଇ ଦେଇଥିବା ଅଭିଯୋଗ ହୋଇଥିଲା ।

ଏଥିରେ ତିନିଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ ବେଲପଡା ଡାକ୍ତରଖାନା ଓ ପରେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସଙ୍କଟାପନ୍ନ ଥିବା ଭୋଲେଶ୍ୱରୀ ମାଝୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ୨ ଗୁରୁତରଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । କିନ୍ତୁ ଆଜି ହୋଟେଲ ମାଲିକ ସୁଶୀଲ ସାହୁଙ୍କୁ ଗିରଫ କରିଛି ବେଲପଡା ପୋଲିସ ।

Related Articles

Leave a Reply

Your email address will not be published. Required fields are marked *

Back to top button