ଦେଶ- ବିଦେଶ

ନେତନ୍ୟାହୁଙ୍କ ଘର ନିକଟରେ ଡ୍ରୋନ୍ ଆକ୍ରମଣ, ଏୟାର ଡିଫେନ୍ସ ଭେଦ କରିବାରେ ସଫଳ

ସମାଜ ଡିଜିଟାଲ ଡେସ୍କ: ଲେବାନନରୁ ଇସ୍ରାଲଏର ଅଟ୍ଟାଳିକା ଉପରେ ଡ୍ରୋନ୍‌ ଆକ୍ରମଣ କରିଛି ହେଜବୋଲ୍ଲା। ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ଘରକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ଇସ୍ରାଏଲର ହାଇଫା କେସରିୟା ଅଞ୍ଚଳରେ ଏହି ଆକ୍ରମଣ କରାଯାଇଛି। ଇସ୍ରାଏଲ୍ ସୁରକ୍ଷା ବାହିନୀ ଏହି ଆକ୍ରମଣ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଡ୍ରୋନ୍ ଏକ ଖୋଲା ଅଞ୍ଚଳରେ ପଡ଼ିଛି ଏବଂ ଏଥିରେ କେହି ମୃତାହତ ହୋଇନାହାନ୍ତି।

ଇସ୍ରାଏଲ୍ ଗଣମାଧ୍ୟମ ଅନୁଯାୟୀ, ଦକ୍ଷିଣ ହାଇଫାର କେସରିୟାରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ବାସଭବନ ନିକଟରେ ଏକ ଡ୍ରୋନ୍ ବିସ୍ଫୋରଣ ହୋଇଛି।

ସୂଚନା ଅନୁସାରେ, ଏହି ଡ୍ରୋନ୍ ନିଜ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ଥିଲା। ଇସ୍ରାଏଲ ସୁରକ୍ଷା ବାହିନୀ ସ୍ଵୀକାର କରିଛନ୍ତି ଯେ, ସେମାନଙ୍କ ଏୟାର ଡିଫେନ୍ସ ସିଷ୍ଟମ ଡ୍ରୋନ୍‌କୁ ରୋକିବାରେ ବିଫଳ ହୋଇଛି, ଯେଉଁ କାରଣରୁ ଏହି ଆକ୍ରମଣ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button