ରାଜ୍ୟ

ସାପ କାମୁଡାରେ ବାପା, ଝିଅ ମୃତ

ରଭଙ୍ଗା : ସାପ କାମୁଡାରେ ବାପା, ଝିଅ ମୃତ। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ହାଟପଦା ସାହିରେ। ମୃତକ ସୁଶାନ୍ତ କହଁର ଏବଂ ଶୁଭସ୍ମିତା କହଁର ବୋଲି ଜଣାପଡିଛି। ସୂଚନା ଅନୁସାରେ ଶୁକ୍ରବାର ରାତିରେ ସୁଶାନ୍ତ ଠିଡିକାଜୋରସ୍ଥିତ ନିଜ ଘରେ ପରିବାର ଲୋକଙ୍କ ସହିତ ଶୋଇଥିଲେ। ଶୋଇଥିବା ଅବସ୍ଥାରେ ଏକ ବିଷଧର ସାପ ଝିଅ ଶୁଭସ୍ମିତା ଏବଂ ବାପା ସୁଶାନ୍ତଙ୍କୁ କାମୁଡ଼ିଥିଲା।

ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଉଭୟଙ୍କୁ ଫୁଲବାଣୀ ମେଡିକାଲକୁ ନିଆଯାଇଥିଲା। ଆଜି ଭୋର ସମୟରେ ପ୍ରଥମେ ଝିଅ ଶୁଭସ୍ମିତା ଏବଂ ପରେ ବାପା ସୁଶାନ୍ତଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତ ସୁଶାନ୍ତଙ୍କ ଘର କନ୍ଧମାଳ ଜିଲ୍ଲା ଗୁମାଗଡ଼ ହୋଇଥିବା ଜଣାପଡିଛି। ସେ ହରଭଙ୍ଗା ବ୍ଲକ ମାରଦିଙ୍ଗ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେ ଚାରିଛକ ଠିଡିକାଜୋରରେ ଏକ ଭଡା ଘରେ ରହୁଥିଲେ। ତାଙ୍କର ମୃତ୍ୟୁ ଖବର ସମଗ୍ର ଗାଁରେ ଶୋକର ଛାୟା ଖେଳାଇଦେଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button