ଦେଶ- ବିଦେଶ

ଭୁଲରେ କିଣି ଆଣିଲେ ଏହି ବିଷାକ୍ତ ମାଛ ; ଖାଇବା ପରେ ସ୍ତ୍ରୀ ମୃତ, ସ୍ୱାମୀ କୋମାରେ..

ନୂଆଦିଲ୍ଲୀ : ମାଛ ଖାଇବାକୁ କେବଳ ସ୍ୱାଦିଷ୍ଟ, ତାହା ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । କାରଣ ମାଛ ପୋଷକ ତତ୍ତ୍ୱ ର ଭଣ୍ଡାର । ମାତ୍ର ମାଛ ଖାଇବା ପୂର୍ବରୁ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । କିଛି ମାଛ ବିଷାକ୍ତ ହୋଇଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହେବା ସହ ଜୀବନ ମଧ୍ୟ ଚାଲି ଯାଇପାରେ ।

ମାଲେସିଆରେ କିଛି ଦିନ ପୂର୍ବରୁ ଏଭଳି ହିଁ ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଦମ୍ପତି ବିଷାକ୍ତ ମାଛ ଖାଇବା ପରେ ସ୍ତ୍ରୀର ମୃତ୍ୟୁ ହୋଇଛି।

ଦେଖନ୍ତୁ ଭିଡିଓ; କେମିତି ପାଣିରେ ପଶି କୁମ୍ଭୀରକୁ ଖୁଆଉଛନ୍ତି..

ରିପୋର୍ଟ ଅନୁଯାୟୀ, ମାଲେସିଆରେ ଏକ ଦମ୍ପତି ବଜାରରୁ ସତେଜ ମାଛ କିଣି ତରକାରୀ କରିବା ପାଇଁ ଘରକୁ ଆଣିଥିଲେ । ମାଛ ଖାଇବାର କିଛି ସମୟ ପରେ ହିଁ ମହିଳାଙ୍କ ସ୍ୱାସ୍ଥ୍ୟ ବିଗିଡିବାକୁ ଲାଗିଲା, ଶେଷରେ ତାଙ୍କର ମୃତ୍ୟୁ ହୋଇଛି । ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେ କୋମାକୁ ପଳାଇଥିବା ଡାକ୍ତର କହିଥିଲେ ।
ଏହାପରେ ପରୀକ୍ଷା କରାଯିବାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା । ଉଭୟ ବିଷାକ୍ତ ମାଛ ଖାଇବା ପରେ ମହିଳାଙ୍କ ମୃତ୍ୟୁ ହେବା ସହ ସ୍ୱାମୀ ଗୁରୁତର ହୋଇଛନ୍ତି । ଏହି ବିଷାକ୍ତ ମାଛର ନାମ ପଫରଫିଶ୍‌ (puffer fish) ବୋଲି ଜଣାପଡିଛି । ଏହି ମାଛ ନିଜର ବିଷାକ୍ତ ଗୁଣ ପାଇଁ ପରିଚିତ । ଏହାର ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

ବୁଦ୍ଧାଦିତ୍ୟ ରାଜଯୋଗ ; ଜାଣନ୍ତୁ ସେପ୍ଟେମ୍ବର ୨୮ ପୂର୍ବରୁ ଏହି ରାଶି ହେବେ ଭାଗ୍ୟଶାଳୀ, ହେବ ବିବାହ,ଧନଲାଭ..

ଏହା ଜାଣିବା ପରେ ମଧ୍ୟ କିଛି ଲୋକେ ଏହାକୁ ଖାଦ୍ୟରେ ଗ୍ରହଣ କରନ୍ତି । ମାତ୍ର ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଦମ୍ପତି ସେହି ମାଛକୁ ଭଲ ଭାବେ ସଫା କରିନଥିଲେ ବୋଲି କୁହାଯାଉଛି। ଏହି ମାଛ ଖୁବ୍‌ ବିଷାକ୍ତ ହୋଇଥିବାରୁ ଏହାକୁ ସ୍ୱତନ୍ତ୍ର ଉପାୟରେ ସଫା କରାଯାଏ। ଖୁବ୍‌ କମ୍‌ ଲୋକେ ସେହି ଜଟିଳ ପ୍ରକ୍ରିୟାକୁ ଜାଣନ୍ତି। ଏହି ଘଟଣା କିଛି ମାସ ତଳେ ଘଟିଥିବା ବେଳେ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହିଛି।ଶୋଇଥିଲେ, ନାକରେ ପଶିଗଲା ଅସରପା, ଆଉ ତା’ପରେ.

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button