ଦେଶ- ବିଦେଶ

ପଂଜାବ, ହିମାଚଳ ରାଲିରେ ମୋଦୀଙ୍କ ବିରୋଧରେ ଗର୍ଜିଲେ ରାହୁଲ, ପ୍ରିୟଙ୍କା – Kalinga News

[ad_1]

ଚଣ୍ଡିଗଡ଼: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଆଜି ପଞ୍ଜାବ ଓ ହିମାଚଳପ୍ରଦେଶରେ ଜୋରଦାର ପ୍ରଚାର କରିଛନ୍ତି। ହିମାଚଳର ନାହାନରେ ଏକ ରାଲିରେ ଉଦବୋଧନ ଦେଇ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ସଙ୍କଟ ସମୟରେ ବିଜେପି ରାଜ୍ୟକୁ ଅଣଦେଖା କରୁଛି। ହିମାଚଳ ପ୍ରଦେଶରେ ବିପର୍ଯ୍ୟୟ ଘଟିଥିଲେ ମଧ୍ୟ ସହାୟତା ମିଳୁନାହିଁ। ହିମାଚଳ ସରକାର ମୋଦୀ ସରକାରଙ୍କଠାରୁ ୯ ହଜାର କୋଟି ଟଙ୍କା ମାଗିଥିଲା, କିନ୍ତୁ ସେମାନେ ଏହି ଟଙ୍କା ଦେଇନଥିଲେ। ଯେତେବେଳେ ହିମାଚଳକୁ କେନ୍ଦ୍ର ସରକାରଙ୍କର ସବୁଠାରୁ ଅଧିକ ଆବଶ୍ୟକତା ଥିଲା, ସେତେବେଳେ ବିଜେପି କଂଗ୍ରେସ ସରକାରକୁ ଚୋରି କରିବାକୁ ଚେଷ୍ଟା କରିଥିଲା ବୋଲି ରାହୁଲ କହିଛନ୍ତି। ପଞ୍ଜାବର ଫତେଗଡ଼ ସାହିବରେ ଏକ ରାଲିକୁ ସମ୍ବୋଧିତ କରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟବାସୀଙ୍କୁ ଅସମ୍ମାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନିର୍ବାଚନ ମଞ୍ଚରେ ଜନସାଧାରଣଙ୍କ ସମସ୍ୟା ବିଷୟରେ କହୁନାହାନ୍ତି। ଆଜି କେବଳ କଂଗ୍ରେସ ଦଳ ଦେଶର ଲୋକଙ୍କ କଥା କହୁଛି। ଲୋକଙ୍କ ସ୍ୱର ଶୁଣିବା ପାଇଁ ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଯାଇଥିଲେ। ଅନ୍ୟପକ୍ଷରେ ଏନ୍ଡିଏ ନେତାମାନେ କେବଳ ପ୍ରତାରଣା କରି କ୍ଷମତା ହାସଲ କରିବାକୁ ଚାହୁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପଞ୍ଜାବରେ ୧୩ଟି ଲୋକସଭା ଆସନ ଥିବା ବେଳେ ହିମାଚଳ ପ୍ରଦେଶରେ ୪ଟି ଲୋକସଭା ଆସନ ରହିଛି। ଜୁନ୍ ପହିଲାରେ ହେବାକୁ ଥିବା ଶେଷ ପର୍ଯ୍ୟାୟ ମତଦାନରେ ସମସ୍ତ ୧୭ଟି ଆସନରେ ମତଦାନ ହେବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button