ଦେଶ- ବିଦେଶ

ଘରେ କେଉଁ ଗଛ ଲଗେଇବା ହୋଇଥାଏ ଶୁଭ, ବଢିଥାଏ ଧନ ସମ୍ପତି ଓ କେଉଁ ଗଛ ଲଗେଇଲେ ହୋଇଥାଏ ଅନର୍ଥ

ସମସ୍ତେ ନିଜ ଘରେ କିଛି କିଛି ଗଛ ଲଗାଇବାକୁ ପସନ୍ଦ କରିଥା’ନ୍ତି । କିଛି ଏପରି ଗଛ ମଧ୍ୟ ରହିଛି ଯାହାକୁ ଘରେ ଲଗାଇବା ଦ୍ଵାରା ଘର ର ବାସ୍ତୁ ଦୋଷ ମଧ୍ୟ ଖଣ୍ଡନ ହୋଇ ଯାଇଥାଏ । ତାହାଛଡା ଘରର ବଗିଚା ରେ ଗଛ ଲଗାଇବା ଦ୍ଵାରା ମନରେ ସବୁବେଳେ ଖୁସି ଭରି ରହିଥାଏ । କିନ୍ତୁ ବନ୍ଧୁଗଣ କିଛି ଏପରି ବିଶେଷ ଗଛ ମାନ ରହିଛି, ଯାହାକୁ ଯଦି ଘରେ ଲଗାଯାଏ, ତେବେ ଘରର ଉନ୍ନତି ହେବା ସହ କିଛି ଏପରି ଗଛ ରହିଛି ଯାହାକୁ ଲଗାଇବା ଦ୍ଵାରା ଘରେ ଦରିଦ୍ରତା ମଧ୍ୟ ଆସି ଯାଇଥାଏ ।

 

ବନ୍ଧୁଗଣ ଯଦି ଘରେ ତୁଳସୀ ଗଛ ଲଗାଯାଏ, ତେବେ ଘରର ସମସ୍ତ ନକରାତ୍ମକତା ଶକ୍ତିର ନାସ ହୋଇଥାଏ । ତାହାସହ ସେହି ଘରେ ମାତା ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁ ଙ୍କ

ଦ୍ଵିତୀୟରେ ବନ୍ଧୁଗଣ ଯଦି ଆପଣ ନିଜ ଘରେ ବେଲ ଗଛ ଲଗାଇଥାନ୍ତି, ତେବେ ଆପଣଙ୍କ ଘରେ ପିଢୀ ପର ପିଢୀ ପର୍ଯ୍ୟନ୍ତ ମାତା ଲକ୍ଷ୍ମୀ ଙ୍କର ବାସ ରହିଥାଏ । ତାହାସହ ଆପଣଙ୍କ ଘରେ କେବେ ମଧ୍ୟ ଧନ ସମ୍ପତ୍ତି ର କୌଣସି ଅଭାବ ଦେଖା ଦେଇନଥାଏ । କାରଣ ବେଲ ଗଛ ଭଗବାନ ଶିବ ଙ୍କର ପ୍ରିୟ ବୃକ୍ଷ ହୋଇଥିବା ସହ ମାତା ଲକ୍ଷ୍ମୀ ଙ୍କର ମଧ୍ୟ ଅ॰ଶ ବୋଲି କୁହାଯାଏ । ତେଣୁ ଏହି ଗଛ ଥିବା ଦ୍ଵାରା ଘରେ ଶିବ ଶଙ୍କର ଓ ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ବଜାୟ ରହିଥାଏ ।

 

ତୃତୀୟରେ ବନ୍ଧୁଗଣ ଯଦି ଆପଣଙ୍କ ଘରେ ସମି ଗଛ ଲଗାଇଥାନ୍ତି ତେବେ ଆପଣଙ୍କୁ ଜୀବନରେ କେବେ ମଧ୍ୟ ଶନି ଭାଗବାନ ଙ୍କର କୋପ ର ଭୟ ରହିବ ନାହିଁ । ତାହାସହ ଘରେ ସବୁବେଳେ ଧନ ଧାନ୍ୟ ର ବର୍ଷା ଲାଗି ରହିଥାଏ । ତାହାଛଡା ବନ୍ଧୁଗଣ ଆପଣ ଯଦି ନିଜ ଘରେ ଉତ୍ତର ପୂର୍ବ ଦିଗରେ କିମ୍ବା ଘର ର ଉତ୍ତର ଦିଗରେ ଅଁଳା ଗଛ ଲଗାଇଥା’ନ୍ତି, ତେବେ ଭଗବାନ ବିଷ୍ଣୁ ଙ୍କ କୃପାରୁ ଆପଣଙ୍କ ଘରେ କେବେ ମଧ୍ୟ ଧନ ସମ୍ପତ୍ତିର ଅଭାବ ଦେଖା ଦେଇନଥାଏ ।

 

ତାହାଛଡା ଘରେ କୌଣସି ପ୍ରକାରର ବାସ୍ତୁ ଦୋଷ ମଧ୍ୟ ରୁହେ ନାହିଁ । ବନ୍ଧୁଗଣ ଯଦି ଆପଣ ନିଜ ଘରେ କୌଣସି ପବିତ୍ର ବୃକ୍ଷ ଲଗାଉଛନ୍ତି, ତେବେ ଏହାକୁ କୌଣସି ସଫା ସ୍ଥାନରେ ଲାଗିବା ସହ ଏହାର ବିଶେଷ ଯତ୍ନ ନିଅନ୍ତୁ । ଆପଣ ଦେଖିବେ ଆପଣଙ୍କ ଘରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କର ଆଗମନ ହେବା ସହ ଘର ପାଇଁ ସବୁ ଦିଗରୁ ଧନର ମାର୍ଗ ଖୋଲିଯିବ । ତାହାଛଡା ଆପଣ ରାତାରାତି ଉନ୍ନତି ର ଶିଖର କୁ ଛୁଇଁବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button