ଦେଶ- ବିଦେଶ

ସନ୍ତାନ ପ୍ରାପ୍ତି ପାଇଁ ସବୁଠୁ ବଡ ବ୍ରତ ପ୍ରଦୋଶ ବ୍ରତ, ଭଗବାନ ଭୋଲେନାଥଙ୍କ କୃପାରୁ ଜନ୍ମ ହୁଏ ଉତ୍ତମ ସନ୍ତାନ, ଜାଣନ୍ତୁ କିପରି କରିବେ ?

। ସୂଚନା ମୁତାବକ ଯେଉଁ ମାନେ ସନ୍ତାନ ପ୍ରାପ୍ତିରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡୁଥାଏ । ତେବେ ଏକ ବ୍ରତ କରିବା ଦ୍ଵାରା ନିଶ୍ଚୟ ସନ୍ତାନ ପ୍ରାପ୍ତି ହୋଇପାରିବ । ପୂରାଣରେ ଲେଖା ହୋଇ ଅଛିକି, କେଶରୀ ଓ ମାତା ଅଞ୍ଜନି ଏହି ବ୍ରତ କରିବାରୁ ସନ୍ତାନ ପ୍ରାପ୍ତି ହୋଇପାରିଥିଲେ । ତାଙ୍କୁ ଭଗବାନ ଶିବଙ୍କର ଅଂସ ପ୍ରଭୁ ହନୁମାନ ସନ୍ତାନ ରୂପେ ପ୍ରାପ୍ତ ହୋଇଥିଲେ । ଏହି ବ୍ରତ ପାଳନ କରିବା ଦ୍ଵାରା କେବଳ ସନ୍ତାନ ପ୍ରାପ୍ତି ତାହା ନୁହେଁ, ଅନ୍ୟ ମନସ୍କାମନା ମଧ୍ୟ ପୂରଣ ହୋଇପାରିବ ।

 

ଏହି ବ୍ରତକୁ ପ୍ରଦୋଷ ବ୍ରତ କୁହାଯାଇଥାଏ । ପ୍ରଭୁ ଶିବଙ୍କୁ ଉପାସନା କରି ତ୍ରୟୋଦର୍ଶୀ ଦିନ ପାଳନ କରାଯାଇଥାଏ । ଯଦି ଏହି ବ୍ରତକୁ ଆପଣ ମାନେ ନିଷ୍ଟାର ସହ ପାଳନ କରିବେ, ତେବେ ନିହାତି ଭାବରେ ସନ୍ତାନ ପ୍ରାପ୍ତି ହେବେ ।  ତ୍ରୟୋଦଶୀ ତିଥିରେ ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ଗାଧୋଇବେ । ସେହି ଦିନ ପୁରା ଆପଣଙ୍କୁ ଉପବାସ କରିବାକୁ ପଡିବ । ସନ୍ଧ୍ୟା ସମୟରେ ଅର୍ଥାତ ଯେତେବେଳେ ସୂର୍ଯ୍ୟ ଅସ୍ତ ହେବାକୁ ଯାଉଥିବେ ସେତେବେଳେ ପୁଣି ଠାରେ ଗାଧୋଇ ଧଳା ବସ୍ତ୍ର ପରିଧାନ କରିବେ ।

ତାପରେ ଆପଣଙ୍କୁ  ଭଗବାନ ଶିବଙ୍କର ଉପାସନା କରିବାକୁ ପଡିବ । ଯଦି ଏହି ସମୟରେ ଆପଣ ଶିବ ପୂରାଣ ପଢିବେ, ଏହା ଆପଣଙ୍କ ପାଇଁ ମଙ୍ଗଳ ହେବ । ଯେଉଁ ପର୍ଯ୍ୟନ୍ତ ପ୍ରଦୋଷ କାଳ ଥିବ ସେହି ଜାକେ ଆପଣଙ୍କୁ ଶିବଙ୍କର ପୂଜା କରୁଥିବେ।  ପୂଜା ସାରିବା ପରେ ଆପଣଙ୍କୁ ମିଠାର ଭୋଜନ କରି ବ୍ରତ ଭାଙ୍ଗିବାକୁ ପଡିବ

ଦିନକର କଥା ଗୋଟିଏ ବିଧବା ବ୍ରାହ୍ମଣୀ ତାର ପୁଅ ସାଥିରେ ଜଙ୍ଗଲରେ ରହୁଥିଲା ।ସେ ବ୍ରାହ୍ମଣୀ ଦିନେ ଗୋଟିଏ ପିଲକୁ କାନ୍ଦିବା ଅବସ୍ଥାରେ ଦେଖିଲା ଓ ଜାଣିବାକୁ ପାଇଲା ସେ ପୁଅଟି ବୀଧ୍ରବ ଦେଶର ରାଜକୁମାର । ତାର ପିତାର ମୃତ୍ୟୁ କାରଣରୁ ସେ ନିଜର ରାଜ୍ୟ ହରାଇ ଜଙ୍ଗଲରେ ବୁଲୁଛି । ସେ ବ୍ରାହ୍ମଣୀ ସେଇ ପିଲାଟିକୁ ନିଜ ସାଥିରେ ତାର ଘରକୁ ନେଇ ପିଲାର ଲାଳନ ପାଳନ କଲା । କିନ୍ତୁ ଦିନେ ସେ ବ୍ରାହ୍ମଣୀକୁ ଚିନ୍ତା ଲାଗିଲା ସେ କିପରି ଭାବେ ଦୁଇ ପିଲାମାନଙ୍କର ଲାଳନ ପାଳନ କରିବ ।

ସେ ଏକ ରୁଷିଙ୍କ ନିକଟକୁ ଗଲା ଓ କେମିତି ଦୁଇ ପିଲା ଭଲରେ ଚଳିବେ ସେ ବିଷୟରେ କହିବାରୁ ରୁଷି ତାଙ୍କୁ ପ୍ରଦୋଷ ବ୍ରତର ବିଧିବିଧାନ କହି ତାର ପାଳନ କରିବା ପାଇଁ କହିଲେ । ଏହି ବ୍ରତ ବ୍ରାହ୍ମଣୀ ମଧ୍ୟ ପାଳନ କଲା ।  ସବୁ ଦିନ ପରି ମା ଙ୍କ ସାଥିରେ ଦୁଇ ପିଲା ଭୋଜନ ସନ୍ଧାନରେ ବୁଲିଥିଲେ । ସେଠାରେ କେତେ ଜଣ ଗନ୍ଧର୍ବ ଦେଶର ରାଜାକନ୍ୟା ଥିଲେ, ତାଙ୍କ ମାନଙ୍କ ଭିତରୁ ଜଣେ ଥିଲେ ଅଂଶୁମତୀ ଯାହାଙ୍କୁ ଦେଖି ପ୍ରଭାବିତ ହୋଇ ରାଜକୁମାର ତାଙ୍କ ସାଥିରେ ଗପିବାକୁ ଲାଗିଲେ।

 

ପୁଣି ଥରେ ରାଜକୁମାର ଅଂଶୁମତିକୁ ତାଙ୍କ ବାପା, ମା ଙ୍କ ସାଥିରେ ଦେଖିଲେ ଓ ରାଜକୁମାରଙ୍କୁ ଦେଖି ରାଜକୁମାରୀଙ୍କ ବାପା ମା ବୁଝିଗଲେ କି ଅଂଶୁମତୀକୁ ରାଜକୁମାର ପସନ୍ଦ କରୁଛନ୍ତି । ସେମାନେ ମଧ୍ୟ ରାଜକୁମାରଙ୍କୁ ଦେଖି ପସନ୍ଦ କରି ତାଙ୍କ ଝିଅର ବାହାଘର ରାଜକୁମାର ସହିତ କରିଦେଲେ । ବାହାଘର ପରେ ରାଜକୁମାର ସମସ୍ତ ଗନ୍ଧର୍ବ ସୈନ୍ୟ ସାମନ୍ତଙ୍କ  ସାଥିରେ ନିଜ ରାଜ୍ୟ ଉପରେ ଆକ୍ରମଣ କରି ନିଜ ରାଜ୍ୟ ଜୟ କରିନେଲେ ଏବଂ ବହୁତ ଖୁସିରେ ରହିଲେ।

 

ନିଜର ବ୍ରାହ୍ମଣୀ ମା ଓ ଭାଇକୁ ନେଇ ନିଜ ରାଜ୍ୟକୁ ନେଇ ଆସିଲେ ଓ ସେମାନଙ୍କ ସହିତ ମିଶିକି ଚାଲିଲେ । ଏହି ପ୍ରଦୋଷ ବ୍ରତ ରଖିବାରୁ ରାଜକୁମାରଙ୍କୁ ତାଙ୍କ ରାଜ୍ୟ ଫେରି ପାଇଲେ ଓ ରାଜକୁମାର, ବ୍ରାହ୍ମଣୀ ମା ଓ ତାଙ୍କ ପୁଅ ଖୁସିରେ ଦିନ ବିତାଇଲେ । ପ୍ରଭୁ ଶିବଙ୍କୁ ଉପାସନା କରି ପ୍ରଦୋଷ ବ୍ରତ କରିଲେ ସମସ୍ତ ମନସ୍କାମନା ପୂରଣ ହେବା ସହ ସନ୍ତାନ ମଧ୍ୟ ପ୍ରାପ୍ତି ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button