ଦେଶ- ବିଦେଶ

ହିମେଶ ରେଶମିୟାଙ୍କ ବାପାଙ୍କ ପରଲୋକ, ଦୀର୍ଘଦିନରୁ ବାଦ୍ଧକ୍ୟଜନିତ ସମସ୍ୟାରେ ଥିଲେ ପୀଡିତ

ଲିଉଡର ଲୋକପ୍ରିୟ ଗାୟକ ତଥା ସଂଗୀତକାର ହିମେଶ ରେଶମିୟାଙ୍କ ବାପା ବିପିନ ରେଶମିୟାଙ୍କ ପରଲୋକ । ଗତକାଲି ରାତିରେ ହିମେଶଙ୍କ ବାପା ୮୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ଯୋଗୁଁ ମୁମ୍ବାଇର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ବାଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟାରେ କିଛିଦିନ ହେଲାଣି ପୀଡିତ ଥିଲେ ।

ହିମେଶ ରେଶମିୟାଙ୍କ ବାପାଙ୍କ ଅନ୍ତିମ ସଂସ୍କାର ଆଜି ଜୁହୁରେ କରାଯିବ । ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କ ମୃତଦେହକୁ ହସପିଟାଲରୁ ଘରକୁ ଅଣାଯାଇଛି । ଏଠାରେ ଶେଷ ଦର୍ଶନ କରିବା ପରେ ଅନ୍ତିମ ସଂସ୍କାର ହେବ । ବିପିନ ହିମେଶଙ୍କ କେବଳ ବାପା ନୁହେଁ ଗୁରୁ ମଧ୍ୟ ଥିଲେ । ଏକଥା ନିଜେ ହିମେଶ ଇଣ୍ଟରଭ୍ୟୁରେ କହିଛନ୍ତି । ତାଙ୍କ ବାପା ହିଁ ତାଙ୍କୁ ମ୍ୟୁଜିକ ଶିଖାଇଛନ୍ତି ।

ହିମେଶଙ୍କ ବାପା ଫିଲ୍ମ ‘ ଦ ଏକ୍ସପୋଜ’, ତେରା ସୁରୁର’ କୁ ପ୍ରଯୋଜନା କରିଥିଲେ । ଏହି ଦୁଇଟି ଯାକ ଫିଲ୍ମରେ ହିମେଶ ମୁଖ୍ୟ ଭୂମିକାରେ ରହିଥିଲେ । ଏହାଛଡା ହିମେଶଙ୍କ ବାପା ଇନସାଫ କା ସୁରଜ ନାମରେ ଏକ ଫିଲ୍ମରେ ମ୍ୟୁଜିକ ମଧ୍ୟ ଦେଇଛନ୍ତି । କିନ୍ତୁ ଏହି ଫିଲ୍ମ କୌଣସି କାରଣ ଯୋଗୁଁ ରିଲିଜ ହୋଇପାରିନଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button