ରାଜ୍ୟ

କଲେଜରେ ବିଦ୍ୟାର୍ଥୀଙ୍କ ବିନା ଗଣେଶ ପୂଜା, ହତ୍ୟାକାଣ୍ଡ ପାଇଁ ମୁକୁନ୍ଦପ୍ରସାଦ ଗାଁରେ ଲାଗୁ ହୋଇଥିଲା ଧାରା ୧୬୩

ଖୋର୍ଦ୍ଧା, ୮।୯: କଲେଜରେ ବିଦ୍ୟାର୍ଥୀଙ୍କ ବିନା ଗଣେଶ ପୂଜା ପାଳିଲେ କଲେଜ କର୍ତ୍ତୃପକ୍ଷ । କରୋନା ପରେ ପ୍ରଥମ ଥର ପାଇଁ ମୁକୁନ୍ଦପ୍ରସାଦ ଗାଁରେ ଥିବା କଲେଜରେ ବିଦ୍ୟାର୍ଥୀଙ୍କ ବିନା ଗଣେଶ ପୂଜା ହୋଇଥିବା ଜଣାପଡ଼ିଛି । ଏପରକି ଶନିବାରଠାରୁ ଧାରା ୧୬୩ ପ୍ରତ୍ୟାହାର ସତ୍ତ୍ଵେ କଲେଜ ପକ୍ଷରୁ ବିଦ୍ୟାର୍ଥୀଙ୍କ ଅନୁପସ୍ଥିତିରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ପ୍ରମୋଦ ମହାନ୍ତି, ଅଧ୍ୟାପକ ଲଡ଼ୁକେଶ ମିଶ୍ର, ପ୍ରତିବ୍ରତ ମହାନ୍ତି, ଶୁଭେନ୍ଦୁ ମହାନ୍ତି ପ୍ରମୁଖ କଲେଜରେ ଗଣେଶଙ୍କ ପୂଜାର୍ଚ୍ଚନା କରିଥିବା ଦେଖାଯାଇଛି ।

ଅନ୍ୟପଟେ ପରମ୍ପରା ବିଧି ରକ୍ଷା କରିବାକୁ ଜେମାଦେଇ ବାବା ବାଲଙ୍କେଶ୍ୱର ଯୁବ ପରିଷଦ ସମେତ ଅନ୍ୟାନ୍ନ ପୂଜା କମିଟି ନିରାଡମ୍ବର ଭାବେ ଗଜାନନଙ୍କ ପୂଜା କରିଥିବା ଜଣାପଡ଼ିଛି ।

ଗତ ବର୍ଷ ଯେଉଁ ପୂଜା ମଣ୍ଡପରେ ପ୍ରାୟ ୮ରୁ ୧୦ ଫୁଟ୍ ଉଚ୍ଚତା ମୂର୍ତ୍ତି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଚଳିତ ବର୍ଷ ଭକ୍ତ ପୂଜା ମଣ୍ଡପଗୁଡ଼ିକରେ ଛୋଟ ଛୋଟ ମୂର୍ତ୍ତି ପୂଜା ହେବା ଦେଖିବାକୁ ମିଳିଛି । ମୁକୁନ୍ଦପ୍ରସାଦ ଗାଁର ବିଭିନ୍ନ ସ୍ଥାନରେ ଶନିବାର ଗଣେଶ ପୂଜା ହୋଇଥିବା ଦେଖାଦେଇଛି । କିନ୍ତୁ, ବିଗତ ବର୍ଷ ଭଳି ପୂଜା କମିଟି ସଭ୍ୟଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ଦେଖିବାକୁ ମିଳିନଥଲା । ସେହିପରି ଗଣେଶ ପୂଜା ପାଇଁ ଗତକାଲୀ ସଂପୃକ୍ତ ଅଞ୍ଚଳରେ ପୁଲିସ ଛାଉଣୀ ହୋଇରହିଥିବା ବେଳେ ଗଣେଶ ପୂଜା ଅବସରରେ ଶିକ୍ଷାନୁଷ୍ଠାନରେ ଛାତ୍ର,ଛାତ୍ରୀଙ୍କ ଅନୁପସ୍ଥିତି ନୌରାଶ ଜନକ । ଯଦିଓ ଶୁକ୍ରବାରଠାରୁ ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ ଧାରା ୧୬୩ କୋହଳ କରାଯାଇଛି ଏବଂ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏନେଇ ପ୍ରଶାସନ ଅନୁମତି ଦେଇଥିଲା, ତଥାପି କୌଣସି ଗଣ୍ଡଗୋଳ ଆଶଙ୍କାରେ ଚଳିତ ବର୍ଷ ନିରାଡମ୍ବର ଭାବେ ଚଳିତ ବର୍ଷ ପୂଜା ଆୟୋଜନ ବ୍ଳକ ଓ ଶିକ୍ଷାନୁଷ୍ଠାନଗୁଡ଼ିକ କରିଥିବା କୁହାଯାଉଛି । ଜେମାଦେଇ ବାବା ବାବା ବାଲୁକେଶ୍ଵର ଯୁବ ପରିଷଦ ସଭାପତି ତଥା ସ୍ଥାନୀୟ କାଉନସିଲର ଦିଲ୍ଲିପ ପରିଡ଼ା ସାମ୍ପ୍ରତିକ ପରିସ୍ଥିତି ଏବଂ ପ୍ରଶାସନ କଟକଣା ଯୋଗୁଁ ଚଳିତ ବର୍ଷ ଗଣେଶ ପୂଜା ନିରାଡମ୍ବର ଭାବେ କରାଯାଇଥିବା ପ୍ରକାଶ କରିଛନ୍ତି ।

ସୂଚନାନୁସାରେ, ଗତ ୨୫ ତାରିଖରେ ଶିଳ୍ପାଞ୍ଚଳ ଥାନା ବାଚେରା ଶବର ସାହିଠାରେ ମଜିଦ୍ ନାମକ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା । ଏଭଳି ଘଟଣା ପରେ ମୁକୁନ୍ଦ ପ୍ରସାଦ ଗ୍ରାମ୍ୟ ଅଶାନ୍ତ ହୋଇପଡ଼ିଥଲା । ସ୍ଥିତି ନିୟନ୍ତ୍ରଣ କରିବାକୁ ଉପ-ଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ୱାର୍ଡ ନଂ-୨୧, ୨୨, ୨ ଏବଂ ୧ ଓ ୩ ୱାର୍ଡରେ ହତ୍ୟାକାଣ୍ଡ ଦିନ ସନ୍ଧ୍ୟାରୁ ଭାରତୀୟ ନ୍ୟାୟ ସଂହିତା ଧାରା ୧୬୩ ଜାରି ରଖିଥିଲେ । ତେବେ ଗତ ୧ ତାରିଖରେ ଉପରୋକ୍ତ ୱାର୍ଡର ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ଅନୁମତି ପ୍ରଶାସନ ଦେଇଥିବା ବେଳେ ଶୁକ୍ରବାରଠାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଧାରା ୧୬୩ ପ୍ରତ୍ୟାହାର କରାଯାଇଥିବା ଉପ-ଜିଲ୍ଲାପାଳ ଶ୍ରୀ ସେଠୀ ପ୍ରକାଶ କହିଛନ୍ତି । ଏହା ସତ୍ତ୍ୱେ ମୁକୁନ୍ଦପ୍ରସାଦ ବିକାର ଅଧିକାଶଂ ବ୍ୟବସାୟ ପ୍ରତିଷ୍ଠାର ବନ୍ଦ ଥିବା ଦେଖିବାକୁ ମିଳିଥିଲା, ଯାହା ଫଳରେ ଗଣେଶପୂଜା ଫିକା ପଡ଼ିଥିବା ଦେଖାଦେଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button