ସ୍ୱାସ୍ଥ୍ୟ

ସମଲେଇ ମନ୍ଦିରରେ ନୂଆଁ ଖାଇବେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ, ସାଢ଼େ ୧୨ଟା ପରେ ସର୍ବସାଧାରଣ ଦର୍ଶନ

ମ୍ବଲପୁର,୦୮/୦୯: ନୂଆଁଖାଇରେ ସାମିଲ ହେବାକୁ ରବିବାର ସମ୍ବଲପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଅନ୍ୟ ନେତା ମନ୍ତ୍ରୀଙ୍କ ଗହଣରେ ଉଭୟେ ନବାନ୍ନ ଭକ୍ଷଣ କରିବେ । ସକାଳ ସାଢ଼େ ୯ଟା ସୁଦ୍ଧା ମା’ଙ୍କ ନିକଟରେ ନବାନ୍ନ ଲାଗି ହେବ ।

ଏହା ପରେ ଅନ୍ୟ ପାଶ୍ୱର୍ ଦେବାଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ ।

ନୂଆଁଖାଇରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ଭକ୍ତମାନେ ମା’ଙ୍କ ଦର୍ଶନ ପାଇଁ ଆସୁଥିବାରୁ ମନ୍ଦିରରେ ନାହିଁ ନ ଥିବା ଭିଡ଼ ହୋଇଥାଏ । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ସାଧାରଣ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି । ନବାନ୍ନ ବିଧି ପରେ ମହା ଆଳତି, ଅନ୍ନଭୋଗ ଆଦି ରୀତି ନୀତି ଥିବାରୁ ମଧ୍ୟାହ୍ନ ସାଢ଼େ ୧୨ଟା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ସ୍ଥିରୀକୃତ ହୋଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button