ରାଜ୍ୟ

ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ

ମତାପୁଟ,୦୮/୦୯: ଦୁଇଦିନ ଲଗାଣବର୍ଷା ଯୋଗୁଁ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ଡ୍ୟାମ୍ରେ ବଢିଲା ଜଳସ୍ତର । ଏହି କାରଣରୁ ଡ୍ୟାମ୍ର ଦୁଇଟି ଗେଟ୍ ଖୋଲାଗଲା । ଜଳସ୍ତର ବଢି ବିପଦ ସଂକେତକୁ ଛୁଇଁବା ପରେ ୩ ନମ୍ବର ଏବଂ ୫ ନମ୍ବର ଗେଟ ଖୋଲି ୪୦୦୦ କ୍ୟୁସେକ ପାଣି ନିଷ୍କାସିତ କରାଯାଉଛି ।

ସୂଚନା ମୁତାବକ, ବିଗତ ଦିନରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା ।

ଦୁଇଦିନ ଲଗାଣବର୍ଷା ଯୋଗୁଁ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ଡ୍ୟାମ୍ରେ ବଢ଼ିଥିଲା ଜଳସ୍ତର । ଏହି କାରଣରୁ ଜଳଭଣ୍ଡାରର ଜଳସ୍ତର ବଢ଼ି ବିପଦ ସଂକେତକୁ ଛୁଇଁଥିଲା । ତେଣୁ ଡ୍ୟାମ୍ର ୩ ନମ୍ବର ଏବଂ ୫ ନମ୍ବର ଗେଟ ଖୋଲି ୪୦୦୦ କ୍ୟୁସେକ ପାଣି ନିଷ୍କାସିତ କରାଯାଉଛି । ଡ୍ୟାମର କ୍ଷମତା ୨,୫୯୦ ଫୁଟ ଥିବା ବେଳେ ଜଳସ୍ତର ୨,୫୮୭.୨୦ ଫୁଟକୁ ଛୁଇଁଥିଲା । ପାଣିପାଗ ବିଭାଗ ତରଫରୁ କୋରାପୁଟ ଜିଲ୍ଲାରେ ଆଗକୁ ବର୍ଷା ପରିମାଣ ବଢିବାର ସୂଚନା ମିଳିଛି । ତେବେ ବର୍ଷାର ପରିମାଣ ବଢିଲେ ଆହୁରି ଗେଟ ଖୋଲାଯିବ ବୋଲି ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି l

Related Articles

Leave a Reply

Your email address will not be published. Required fields are marked *

Back to top button