ଏହି ପତ୍ର ଲଗେଇବେ ତ ଗୋଟେ ବି ଚୁଟି ଝଡିବନି, ଚମତ୍କାରୀ ଘରୋଇ ଉପାୟ
। ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ସମସ୍ତଙ୍କର ଏକ ବହୁତ ବଡ ସମସ୍ଯା ହେଉଛି ଚୁଟି ଝଡିବା । ଏହି ଚୁଟି ଝଡିବା କାରଣରୁ ବହୁତ ଲୋକ ଡିପ୍ରେସନରେ ରହୁଛନ୍ତି । ଅଧିକ ଡିପ୍ରେସନ କିମ୍ବା ସ୍ଟ୍ରେସରେ ରହିବା କାରଣରୁ ମଧ୍ୟ ଅଧିକ ରୁ ଅଧିକ ଚୁଟି ଝଡିଥାଏ । ଚୁଟି ଝଡିବା ବନ୍ଦ କରିବାକୁ ଓ କେଶକୁ ଅଧିକ ଲମ୍ବା ଓ ଘନ କେଶରେ ପରିଣତ କରିବା ପାଇଁ ଚାହୁଁଥିଲେ । ତେବେ ନିହାତି ଭାବରେ ଆଜି ବତାଉଥିବା ଘରୋଇ ଉପଚାରକୁ ପ୍ରସ୍ତୁତ କରନ୍ତୁ । ନିଜ ଚୁଟି ଅନୁସାରେ କିଛି ମନ୍ଦାର ପତ୍ର ତୋଳି ଆଣନ୍ତୁ ।
ଏହି ମନ୍ଦାର ପତ୍ରରେ ଭିଟାମିନ – c ଓ ଆମୀନୋ ଏସିଡ ରହିଛି । ଏହା ଆପଣଙ୍କ ଚୁଟିର ମୂଳକୁ ମଜଭୁତ କରିବାରେ ସାହାଜ୍ଯ କରିଥାଏ । ଚନ୍ଦା ଜାଗାରେ ମଧ୍ୟ ନୂଆ ଚୁଟି ଉଠିଥାଏ, ଯଦି ଆପଣ ଏହି ମନ୍ଦାର ପତ୍ର ନିଜ ଚୁଟିରେ ବ୍ୟବହାର କରିଥାନ୍ତି । ପାଚିଲା ଚୁଟିର ସମସ୍ଯାକୁ ମଧ୍ୟ ମନ୍ଦାର ପତ୍ର ଦୂର କରିଥାଏ । ତାପରେ ଦିତୀୟରେ କିଛି ନିମ ପତ୍ର ଆଣନ୍ତୁ। ଚୁଟି ମୂଳ ଯେତେ ଡ୍ରାଣ୍ଡ୍ରଫ ମୁକ୍ତ ହୋଇ ପରିଷ୍କାର ରହିବ ।
ସେତେ ଆପଣଙ୍କ ଚୁଟି ଝଡିବା ବନ୍ଦ ହୋଇଯିବ । ସେଥି ପାଇଁ ଆପଣ ନିମ ପତ୍ରର ବ୍ଯବହର କରିବେ । ତୃତୀୟରେ ଆଲୋଭେରା ଆଣନ୍ତୁ । ଆଲୋଭେରା କେଶ ତଥା ମୁହଁ ପାଇଁ ବହୁତ ହିଁ ଭଲ ଜିନିଷ ଅଟେ । ଆଲୋଭେରା ଏପରି ଏକ ଔଷଧୀୟ ବୃକ୍ଷ ଅଟେ । ଯାହା ଚୁଟିକୁ ଲମ୍ବା, ଘନ ଓ ସୁନ୍ଦର କରିବାକୁ ବହୁତ ମାତ୍ରାରେ ହେଲ୍ପ କରିଥାଏ । ପ୍ରଥମେ ରଖିଥିବା ମନ୍ଦାର ପତ୍ର ଓ ନିମ ପତ୍ରକୁ ଭଲ ଭାବେ ଧୋଇ ଦିଅନ୍ତୁ ।
ଆଲୋଭେରାକୁ ଛେଳି ତାର ଜେଲ୍କୁ ଏକ ପାତ୍ରରେ ରଖନ୍ତୁ । ତାପରେ ମନ୍ଦାର ପତ୍ରକୁ ଟିକ୍ ଟିକ୍ କରି କାଟି ସେଥିରେ କିଛି ନିମ ପତ୍ର ଓ ଛେଲା ଯାଇଥିବା ଆଲୋଭେରାକୁ ପକାନ୍ତୁ । ତାପରେ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ଗ୍ରାଇଣ୍ଡିଙ୍ଗ କରିସାରିବା ପରେ ଏକ ପତଳା କପଡା ସାହାଜ୍ଯରେ ତାକୁ ଛାଣି ତାର ରସକୁ ଅଲଗା ଏକ ପାତ୍ରରେ ରଖନ୍ତୁ । ଛାଣିକି ରସ ବାହାରିବା ଦ୍ଵାରା ବଟାଯାଇଥିବା ପତ୍ର ଚୁଟିରେ ଲାଗିକରି ରହବନି ।
ତାପରେ ସେହି ଛଣା ଯାଇଥିବା ରସରେ ଏକ ଚାମଚ ନଡିଆ ତେଲ ମିଶାନ୍ତୁ । ଆପଣ ବ୍ୟବହାର କରୁଥିବା ତେଲ ଯେପରି ଅଲିଭ ଅଏଲ୍, ରାଶି ତେଲ, ଏଲୋଭେରା ଅଏଲ୍ ଯେକୌଣସି ତେଲ ନେଇପାରିବେ । ତାପରେ ସେଥିରେ ଅଧ ଚାମଚ ଭିଟାମିନ- E ର ତେଲ ମିଶାନ୍ତୁ । ଆପଣ ଚାହିଁଲେ କାପସୁଲ ମଧ୍ୟ ବ୍ୟବହାର କରିପାରିବେ । ତାପରେ ସେହି ପ୍ରସ୍ତୁତ କରିଥିବା ରେମିଡିକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ।
ତାପରେ ତୁଳା ସାହାଜ୍ଯରେ ଆପଣ ଏହାକୁ ନିଜ ଚୁଟିର ମୂଳରେ ଭଲ ଭାବେ ଲଗାନ୍ତୁ, ନଚେତ ହାତରେ ଆଣି ମଧ୍ୟ ଚୁଟିର ମୂଳରେ ଏବଂ ଲେନ୍ଥରେ ଲଗାଇବେ । ୧ ଘଣ୍ଟା ପରେ ଆପଣ ସାମ୍ପୁ ଦ୍ଵାରା ଚୁଟିକୁ ଭଲ ଭାବରେ ଧୋଇଦେବେ । ଆପଣ ଏହି ପ୍ରସ୍ତୁତ କରିଥିବା ରେମିଡିର କିଛି ଦିନ ବ୍ୟବହାର ଦ୍ଵାରା କେଶ ଲମ୍ବା, କଳା ଓ ଘନ ହୋଇଯିବା ସହିତ କେଶ ଝଡିବା ସଂପୂର୍ଣ୍ଣ ବନ୍ଦ ହୋଇଯିବ ।