ଦେଶ- ବିଦେଶ

ମୃତ୍ୟୁ ପରେ ଛୋଟ ପିଲା ମାନଙ୍କର ଆତ୍ମା କେଉଁଠି ରୁହେ ଓ କଣ କରେ ?

ଆମର ଏହି ପୃଥିବୀ ଲୋକ କୁ ମର୍ତ୍ତ୍ୟ ଲୋକ ବୋଲି ମଧ୍ୟ କୁହାଯାଇଥାଏ । କାରଣ ଏଠାରେ କାହାର କେତେବେଳେ ମୃତ୍ୟୁ ହୋଇଯିବ ତାହା କହିହେବ ନାହିଁ । ତାହାଛଡା ବନ୍ଧୁଗଣ ମୃତ୍ୟୁ ଜୀବନର ଏକ ଏପରି ସତ୍ୟ ଯାହାକୁ ମଣିଷ କେବେ ସ୍ଵୀକାର କରିବାକୁ ଇଛା କରି ନଥାଏ । କିନ୍ତୁ ଏହାକୁ ରୋକଯାଇ ମଧ୍ୟ ହେବ ନାହିଁ । କେହି କେହି ସମୟରେ ମୃତ୍ୟୁ ବରଣ କରିଥାନ୍ତି, ତ ପୁଣି କେହିକେହି ଅସମୟରେ ମଧ୍ୟ ମୃତ୍ୟୁ ବରଣ କରିଥାନ୍ତି ।

 

ସେହିପରି କିଛି ଛୋଟ ଶିଶୁ ମାନଙ୍କର ମଧ୍ୟ ମୃତ୍ୟୁ ହୋଇଯିବାର ଦେଖା ଯାଇଥାଏ । ସେମାନଙ୍କର ମୃତ୍ୟୁ ପରେ ସେମାନଙ୍କର ଘର ଲୋକ ଚିନ୍ତା କରିଥାନ୍ତି, ଆମ ପିଲା କେଜାଣି କେଉଁଠି ଥିବ ? କଣ କରୁଥିବ ? ବନ୍ଧୁଗଣ ଯେଉଁ ପିତା ମାତା ଙ୍କର ପିଲା କମ ଆୟୁ ବା ଛୋଟ ଥିବା ଅବସ୍ଥାରେ ନଚେତ ନାବାଳିକ ଅବସ୍ଥାରେ ମୃତ୍ୟୁ କୁ ପ୍ରାପ୍ତ ହୋଇ ଯାଇଥାନ୍ତି ।

ଯେପରିକି ୧୩ ବର୍ଷ ବା ୧୫ ବର୍ଷ, ୧୦ ବର୍ଷ, ୫ ବର୍ଷ ବା କିଛି ଏପରି ମଧ୍ୟ ଥା’ନ୍ତି ଯେଉଁମାନେ କି ଜନ୍ମ ହୋଇ ସଙ୍ଗେସଙ୍ଗେ ମୃତ୍ୟୁ କୁ ପ୍ରାପ୍ତ ହୋଇ ଯାଇଥାନ୍ତି । ସେହି ପିଲା ମାନଙ୍କର ଆତ୍ମା ସିଧା ସ୍ଵର୍ଗ କୁ ଯାଇଥାନ୍ତି । କାରଣ ସେହି ଆତ୍ମା ଗୁଡିକ ଦୋଷ ମୁକ୍ତ ହୋଇଥାନ୍ତି । ପରମାତ୍ମା ନିଜେ ସେହି ପିଲା ମାନଙ୍କର ସବୁ ସୁବିଧା ଗୁଡିକ ପୂରଣ କରିଥାନ୍ତି ।

 

ବନ୍ଧୁଗଣ ଯେତେବେଳେ କୌଣସି ଶିଶୁର ମୃତୁ ହୋଇ ଯାଇଥାଏ, ସେତେବେଳେ ସେ ମାତାପିତାଙ୍କ ପରି ସେ ଛୋଟ ଶିଶୁ ଟି ମଧ୍ୟ ନିଜର ମାତା ପିତା ଖୋଜି ବୁଲେ । ଯେତେବେଳେ ପରମାତ୍ମା ସେହି ଶିଶୁର ଆତ୍ମା କୁ ସ୍ଵର୍ଗ କୁ ଯିବା ପାଇଁ କହିଥାନ୍ତି, ସେତେବେଳେ ସେ ଶିଶୁ ଟିର ଆତ୍ମା ପରମାତ୍ମା ଙ୍କୁ କହିଥାଏ, ଯେଉଁ ସ୍ବର୍ଗରେ ମୋର ମାତା ପିତା ନାହିଁ ସେ ସ୍ଵର୍ଗ କୁ ଯିବାର ପ୍ରୟୋଜନ କଣ ?

ପରମାତ୍ମା ସେହି ଶିଶୁ କୁ ବୁଝାଇ କୁହନ୍ତି, ଯେ ତୁମର ମାତା ପିତା ଙ୍କର ସମୟ ହେଲେ ସେମାନେ ମଧ୍ୟ ଆସିଯିବେ । କିନ୍ତୁ ସେମାନଙ୍କର କର୍ମ ଅନୁସାରେ ସେମାନଙ୍କୁ ସ୍ଵର୍ଗ କିମ୍ବା ନର୍କ କୁ ଯିବାକୁ ପଡିବ । ଯେତେବେଳେ ସେ ଶିଶୁ ମାନଙ୍କର ମାତା ପିତା ନିଜର କର୍ମ ଶେଷ ହେଲା ପରେ କରିଥିବା କର୍ମ ଅନୁସାରେ ନର୍କ କୁ ଯାଇଥାନ୍ତି, ସେତେବେଳେ ସେହି ମାତା ପିତା ଙ୍କର ଶିଶୁ ଆତ୍ମା ଗୁଡିକ ମଧ୍ୟ ସେମାନଙ୍କର ମାତା ପିତା ସହ ନର୍କ କୁ ବାହାରି ଥାନ୍ତି ।

 

ନିର୍ଭୟ ଭାବରେ ନିଜର ସରଳତା ର ସହ ପରମାତ୍ମା ଙ୍କୁ କହିଥାନ୍ତି, ଯଦି ଆମ ପିତାମାତା ନର୍କ କୁ ଯିବେ ତେବେ ଆମକୁ ମଧ୍ୟ ନର୍କ କୁ ଯିବାକୁ ଅନୁମତି ଦେଇ ଦିଅନ୍ତୁ । ନିରୀହ ପିଲା ଙ୍କର ଏପରି କଥା ଶୁଣି ପରମ ଦୟାଳୁ ଜଗତ ପିତା ପରମାତ୍ମା ସେହି ଶିଶୁର ମାତା ପିତାଙ୍କର କରିଥିବା ସମସ୍ତ କୁକର୍ମ ଗୁଡିକ ଭୁଲି ସେହି ଶିଶୁଙ୍କ ସହ ତାଙ୍କ ମାତାପିତା ଙ୍କର ଆତ୍ମାଙ୍କୁ ମଧ୍ୟ ସ୍ଵର୍ଗକୁ ପଠାଇ ଦେଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button