ଦେଶ- ବିଦେଶ

– ତୁଳସୀ ଚଉରାକୁ ଏପରି ପୂଜା କଲେ ହୋଇଥାଏ ସର୍ବନାଶ…ଜାଣନ୍ତୁ ତୁଳସୀ ପୂଜାର ନିୟମ

ସୂଚନା ଅନୁସାରେ ତୁଳସୀ ଚଉରା ହିନ୍ଦୁ ଧର୍ମ ତଥା ସନାତନ ଧର୍ମର ଏକ ମହତ୍ଵପୂର୍ଣ୍ଣ ତତ୍ଵ। ତୁଳସୀ ଚଉରାକୁ ସଠିକ ଜାଗାରେ ରଖିବା ଏବଂଏହାର ବିଧି ବିଧାନ ସହ ପୂଜା କରିବା ପ୍ରତେକ ଲୋକଙ୍କର ଧର୍ମ ହୋଇଥାଏ । ଘର ଅଗଣାରେ ତୁଳସୀଗଛ  ରଖିବା ଦ୍ଵାରା ଘରର ସମସ୍ତ ନକରାତ୍ମକ ଶକ୍ତି ନଷ୍ଟ ହେବା ସହ ସକାରାତ୍ମକ ଶକ୍ତିର ବିକାଶ ଘଟିଥାଏ । ବିଜ୍ଞାନରେ ମଧ୍ୟ ତୁଳସୀ ଗଛର ଉପକାରିତା ବିଷୟରେ ଖୁବ ତଥ୍ୟ ରହିଅଛି ।

 

ତୁଳସୀ ଗଛର ବାସ୍ନା ଦ୍ଵାରା ଘର ମଧ୍ୟରେ ଶାନ୍ତି ବଜାୟ ରଖିଥାଏ । ତୁଳସୀ ଗଛ ଘରେ ଉପଯୁକ୍ତ ସ୍ଥାନରେ ରଖି ତାର ନିୟମର ସହିତ ପୂଜା କରିବା ଦ୍ଵାରା ଘରର ମଙ୍ଗଳ ହୋଇଥାଏ । ତୁଳସୀ ଗଛକୁ ଘରେ ସ୍ଥାପିତ କରି ରଖିବାର ଶୁଭ ଦିନ ହେଉଛି ଗୁରୁବାର, ଏକାଦଶୀ କିମ୍ବା କାର୍ତ୍ତିକ ମାସର ଯେକୌଣସି ଦିନ ଆପଣମାନେ ଏହି ଗଛକୁ ଘରରା ନିର୍ଦ୍ଧିଷ୍ଟ ସ୍ଥାନରେ  ସ୍ଥାପନ କରିପାରିବେ ।

ତୁଳସୀ ଗଛ ପାଖରେ କଣ୍ଟା ଜାତୀୟ ଗଛ ତଥା ଅନ୍ୟ ଗଛ ଲଗାଇବା ଉଚିତ ନୁହେଁ। ଏହି ଚଉରାର ଉପସ୍ଥିତି ପୂର୍ବ, ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗରେ କରିବା ଉଚିତ । ଦକ୍ଷୀଣରେ ଚଉରାର ଉପସ୍ଥିତି ଘରେ ସବୁବେଳେ ଅଶାନ୍ତି କରିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଆର୍ଥିକ ସମସ୍ଯା ସେଥିପାଇଁ ସୃଷ୍ଟି ହୋଇଥାଏ । ଚଉରା ମୂଳରେ କୌଣସି ଧାରୁଆ ଅସ୍ତ୍ରର ବ୍ୟବହାର କରନ୍ତୁ ନାହିଁ ।

 

ତୁଳସୀ ଚଉରା ମୂଳେ ବସି ମହିଳା ମାନେ କେବେବି ନିଜର ଶରୀର କିମ୍ବା କେଶରେ ତେଲ ଲଗାଇବା ଉଚିତ ନୁହେଁ କିମ୍ବା ମୁଣ୍ଡ କେଶ ଖୋଲା କରି ବସନ୍ତୁ ନାହିଁ । ଏପରି କରିବା ଦ୍ଵାରା ନକରତ୍ମକ ଊର୍ଜା ଘର ମଧ୍ୟରେ ସୃଷ୍ଟି ହେବା ସହ ମହିଳା ମାନଙ୍କର ଶାରୀରିକ ଓ ମାନସିକ  କ୍ଷେତ୍ରରେ ପରିବର୍ତ୍ତନ ଆସିଥାଏ । ତୁଳସୀ ପତ୍ର ସେବନ କରିବା ସମୟରେ ଏହାକୁ ଚୋବାଇ ନ ଖାଇ ସିଧା ଢୋକି ଦେବା ଉଚିତ ହେବ ।

ମହିଳା ମାନେ ମାସିକ ଧର୍ମ ପାଳନ କରୁଥିବା ସମୟରେ କିମ୍ବା ଅପବିତ୍ର ସମୟରେ ତୁଳସୀ ଗଛକୁ ଛୁଈଂବା ଉଚିତ ନୁହେଁ । ତୁଳସୀ ଗଛ ଶୁଖିଗଲା ପରେ ଯଥା ଶୀଘ୍ର ତାହାକୁ ଘରୁ କାଢି ଦେବା ଉଚିତ ହୋଇଥାଏ । ତୁଳସୀ ଗଛର ବିସର୍ଜନ ଗୁରୁବାର ଦିନ କରିବା ହିଁ ଶୁଭ ହୋଇଥାଏ । ବିବାହିତା ମହିଳା ମାନେ ତୁଳସୀ ଗଛର ଫୁଲ କିମ୍ବା ଚୂଳକୁ ଛିଡେଇ ସେବନ କରିବା ଉଚିତ ନୁହେଁ ।

 

ଚଉରାକୁ କେବେ ମଧ୍ୟ ସଂପୂର୍ଣ୍ଣ ଘର ମଧ୍ୟରେ ସ୍ଥାପନ କରନ୍ତୁ ନାହିଁ । ଏହାକୁ ଘରର ଅଗଣା କିମ୍ବା ବାଲ୍କୁନୀ ଯେଉଁଠି ସୂର୍ଯ୍ୟାଲୋକ ପଡୁଥିବା ସେହି ସ୍ଥାନରେ ସ୍ଥାପନ କରନ୍ତୁ।  ତୁଳସୀ ଚଉରା ମୂଳରେ ସକାଳେ ଓ ସନ୍ଧ୍ଯା ବେଳେ ଦୀପ ଓ ଫୁଲ ଅର୍ପଣ କରି ପୂଜା କରନ୍ତୁ । ତୁଳସୀ ପତ୍ର ଆଣି ମାଳ ତିଆରି କରି ଭଗବାନ ଶ୍ରୀକୃଷ୍ଣ କିମ୍ବା ମା ଲକ୍ଷ୍ମୀଙ୍କୁ ଚଢାନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button