ରାଜ୍ୟ

ଖୁବ୍‌ଶୀଘ୍ର କନିଷ୍ଠ ଶିକ୍ଷକ ନିଯୁକ୍ତି, ଜିଲ୍ଲାପରିଷଦ ବୈଠକ କରିବାକୁ ଜିଲ୍ଲାପାଳଙ୍କୁ ଚିଠି.

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌) ନିଯୁକ୍ତି ପାଇଁ ଚୁଡ଼ାନ୍ତ ତାଲିକା ପ୍ରସ୍ତୁତି ସରିଛି। ଜିଲ୍ଲାସ୍ତରରେ ଜିଲ୍ଲାପରିଷଦ ବୈଠକରେ ଅନୁମୋଦନ ପାଇବା ପରେ ନିଯୁକ୍ତି ଦିଆଯିବ। ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୬ ତାରିଖରୁ କାଉନ୍‌ସେଲିଂ ପ୍ରକ୍ରିୟା ସରିଛି। କେଉଁ ବିଦ୍ୟାଳୟରେ କାହାକୁ ନିଯୁକ୍ତି ଦିଆଯିବ ତାହାର ତାଲିକା ମଧ୍ୟ ସମ୍ପୃକ୍ତ ଜିଲ୍ଲାକୁ ପଠା ସରିଛି।

ଜିଲ୍ଲା ପରିଷଦ ବୈଠକରେ ଏହାକୁ ଅନୁମୋଦନ ମିଳିବ। ହେଲେ ଗତ ଜୁଲାଇ ୫ ତାରିଖରେ ବିଧାନସଭା ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରି ବିଧାୟକ ସଭ୍ୟ ଥିବା କମିଟିର ବୈଠକ ବିଧାନସଭା ଆରମ୍ଭ ହେବାର ୩ଦିନ ପୂର୍ବରୁ ଏବଂ ସରିବାର ୩ଦିନ ପର୍ଯ୍ୟନ୍ତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲା ପରିଷଦ ବୈଠକରେ ବିଧାୟକ ଜଣେ ସଭ୍ୟ ହୋଇଥିବାରୁ ବୈଠକ ହୋଇପାରିନାହିଁ। ଚଳିତ ସପ୍ତାହରେ ବୈଠକ ନେଇ ନୋଟିସ୍‌ ଜାରି କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଓଡ଼ିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଧାନସଭାର ଅଧିବେଶନ ଶେଷ ହେବା ପରେ ପରେ ଜିଲ୍ଲା ପରିଷଦ ବୈଠକ ବସିପାରିବ। ସମସ୍ତ ଜିଲ୍ଲାରେ ୧୮ ତାରିଖ ପୂର୍ବରୁ ବୈଠକ ଶେଷ କରିବା ପାଇଁ ଏବଂ ସମସ୍ତ ସଦସ୍ୟଙ୍କୁ ୭ଦିନ ପୂର୍ବରୁ ଅବଗତ କରିବା ପାଇଁ ନୋଟିସ ଜାରି କରିବାକୁ କୁହାଯାଇଛି। ଜିଲ୍ଲାପରିଷଦ ବୈଠକ ଚୁଡ଼ାନ୍ତ କରି ୭ ଦିନ ମଧ୍ୟରେ ଅବଗତ କରବା ପାଇଁ ଗତକାଲି ଓସେପା ବିଜ୍ଞପ୍ତି ପ୍ରକାଶ କରିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button