ରାଜ୍ୟ

ସାମ୍ବାଦିକ ସ୍ବାସ୍ଥ୍ୟବୀମା: ନୂତନ ସାମ୍ବାଦିକଙ୍କ ପଞ୍ଜୀକରଣ ପାଇଁ ଆଜିଠୁ ଖୋଲିଲା ପୋର୍ଟାଲ

ଭୁବନେଶ୍ବର: ଗୋପବନ୍ଧୁ କର୍ମଜୀବି ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନାରେ ନୂତନ ସାମ୍ବାଦିକ ପଞ୍ଜୀକରଣ ପାଇଁ ଆଜିଠୁ ଆରମ୍ଭ ହୋଇଛି। ଗୋପବନ୍ଧୁ କର୍ମଜୀବି ସାମ୍ବାଦିକ ସ୍ୱାସ୍ଥ୍ୟ ବୀମାର ଅବଧି ଓଡ଼ିଶା ସରକାରଙ୍କ ଦ୍ୱାରା ଆଉ ଏକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରାଧିକୃତ ସାମ୍ବାଦିକ ପୂର୍ବ ବର୍ଷ ସ୍ୱାସ୍ଥ୍ୟ କାର୍ଡ ପାଇ ଥିଲେ, ସେମାନଙ୍କ ଲିଷ୍ଟ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ପଠାଇ ଦିଆ ଯାଇଛି।

ବର୍ତ୍ତମାନ ଯେଉଁ ମାନେ ନୂତନ ସାମ୍ବାଦିକ, ମିଡ଼ିଆ ଅନୁଷ୍ଠାନ ବଦଳାଇଥିବା କିମ୍ବା ପୂର୍ବ ବର୍ଷ ଅପ୍ଲାଏ କରି ନ ଥିବେ ସେମାନେ ଆଜି ତା ୫.୯.୨୦୨୪ ଠାରୁ ନୂଆ କରି ଆପ୍ଲାଏ କରିବେ ଏବଂ ଏହି ପ୍ରକ୍ରିୟା ଅକ୍ଟୋବର ମାସ ୦୪ ତାରିଖ ଯାଏଁ ଚାଲିବ।

https://owjws.odisha.gov.in/ ପୋର୍ଟାଲରେ ପୂର୍ବରୁ ଆବେଦନ କରି ନ ଥିବା ସମସ୍ତ ସାମ୍ବାଦିକଙ୍କୁ ଅନୁରୋଧ ଯଥାଶୀଘ୍ର ନିର୍ଭୁଲ ତଥ୍ୟ ଦେଇ ଆବେଦନ କରନ୍ତୁ ।

ସୂଚନା ଅନୁଯାୟୀ, ସାମ୍ୱାଦିକମାନଙ୍କ ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପ୍ରଥମେ କାର୍ଯ୍ୟରତ ସାମ୍ୱାଦିକ ଓ ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିଲା। ଏହି ରାଶିକୁ ବୃଦ୍ଧି ପାଇଁ ସାମ୍ୱାଦିକମାନେ ଦାବି କରିବା ପରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯରତ ସାମ୍ୱାଦିକ ଓ ତାଙ୍କ ପରିବାର ଉପକୃତ ହେଉଛନ୍ତି

Related Articles

Leave a Reply

Your email address will not be published. Required fields are marked *

Back to top button