ରାଜନୀତି

ବିଜୁ ଜନତା ଦଳ ସବୁବେଳେ ମା’ମାନଙ୍କ ସହ ରହି ଆସିଛି : ନବୀନ

ବିଜୁ ମହିଳା ଜନତା ଦଳ କର୍ମକର୍ତ୍ତାଙ୍କୁ ନବୀନଙ୍କ ଉଦ୍ ବୋଧନ । ବିଜୁ ଜନତା ଦଳ ସବୁବେଳେ ମା’ମାନଙ୍କ ସହ ରହିଆସିଛି । ଦେଶରେ ବିଜୁବାବୁ ମା’ମାନଙ୍କ ସଶକ୍ତୀକରଣ ମୂଳଦୁଆ ପକାଇଥିଲେ । ମିଶନ ଶକ୍ତି କାର୍ଯ୍ୟକ୍ରମରେ ୭୦ ଲକ୍ଷ ମା’ମାନଙ୍କୁ ଏକାଠି କରିଛି ବିଜେଡି । ମାଗଣା ବିଜୁଳି ଓ ସୁଭଦ୍ରା ଯୋଜନାକୁ ନେଇ ମିଛ ପ୍ରତିଶ୍ରୁତି ଦେଇଛି ବିଜେପି ।

ଦୁଇ ବର୍ଷ ପରିବର୍ତ୍ତେ ୫ ବର୍ଷରେ ୫୦ ହଜାର ଦେବାକୁ କହୁଛନ୍ତି । ମହିଳାଙ୍କ ବିଶ୍ବାସକୁ ନେଇ ବିଜେପି ଖେଳିବା ଉଚିତ ନୁହେଁ: ନବୀନ । ଏହାର ଉଚିତ୍ ଜବାବ ମା’ମାନେ ଦେବେ । ମା’ମାନଙ୍କ ସ୍ବର ହୋଇ ରହିଛି ଓ ରହିବ ବିଜେଡି ବୋଲି କହିଛନ୍ତି ନବୀନ । ଘରକୁ ଘର ଯାଇ ବିଜେପିର ମିଛ ପ୍ରତିଶ୍ରୁତି ବିଷୟରେ ଜଣାଇବାକୁ ପରାମର୍ଶ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button