ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪: କମାଲ୍ କଲେ ନିଶାଦ କୁମାର, ହାଇଜମ୍ପରେ ଅଧିକାର କଲେ ଦ୍ୱିତୀୟ ସ୍ଥାନ
ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତୀୟ ଆଥଲେଟ୍ କମାଲ କରୁଛନ୍ତି । ରବିବାର ଭାରତର ଷ୍ଟାର ଏଥଲିଟ୍ ନିଶାଦ କୁମାର ଫ୍ୟାରିସ୍ ପାରା ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରର୍ଦଶନ କରିଥିଲେ । ପୁରୁଷ ହାଇ ଜମ୍ପ୍(T47)ରେ ୨.୦୪ ମିଟର ଡିଆଁ ମାରି ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ଜିତିଛନ୍ତି । ନିଶାଦ କୁମାର ପାରା ଅଲିମ୍ପିକ୍ସ ଇତିହାସରେ ୨ୟ ଏବଂ ଭାରତ ପାଇଁ ସପ୍ତମ ପଦକ ଜିତିବାରେ ସଫଳ ହୋଇଛନ୍ତି ।
ନିଶାଦ ପାରା ଅଲିମ୍ପିକ୍ସରେ ପୁରୁଷ ହାଇ ଜମ୍ପ ପ୍ରତିଯୋଗିତାରେ ୧୧ ଖେଳାଳିଙ୍କ ପଛରେ ପକାଇ କମାଲ ପ୍ରଦର୍ଶନ କରିଥିଲେ । ଏହାସହିତ ଭାରତ ପାରାଅଲିମ୍ପିକ୍ସରେ ୭ମ ପଦକ ହାସଲ କରିଛି । ଆଥଲେଟିକ୍ସରେ ଏହା ଭାରତ ପାଇଁ ୩ୟ ପଦକ । ନିଶାଦ ୩ ବର୍ଷ ପୂର୍ବେ ଟୋକିଓ ପାରାଅଲିମ୍ପିକ୍ସରେ ଏହି ପ୍ରତିଯୋଗିତାରେ ରୌପ୍ୟ ଜିତିଥିଲେ ।
ଭାରତର ଅନ୍ୟ ପ୍ରତିଯୋଗୀ ରାମ ପାଲ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ରେ ୧.୯୫ ମିଟର ସହ ସପ୍ତମ ସ୍ଥାନରେ ରହିଛନ୍ତି । ସେହିପରି ଆମେରିକାର ୩ ଥର ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜତୋ ରୋଡରିକ୍ ଟାଉନସେଣ୍ଡ ରୋର୍ବଟ୍ସ ୨.୦୮ ମିଟର ସର୍ବଶ୍ରେଷ୍ଠ ଡିଆଁ ସହ ଚଳିତ ଥର ବି ସ୍ବର୍ଣ୍ଣ ପଦକ ଜିତିଛନ୍ତି ।
ସୂଚନାଯୋଗ୍ୟ, ମାତ୍ର ୬ ବର୍ଷ ବୟସରେ ନିଶାଦ ଅଘଟଣର ଶିକାର ହୋଇଥିଲେ । ପରିବାର ଲୋକେ ବିଲରେ କାମ କରୁଥିବା ବେଳେ ଘାସ କାଟିବା ମେସିନରେ ନିଶାଦଙ୍କ ଡାହାଣ ହାତ କଟିଯାଇଥିଲା । ଏହାପରେ ମଧ୍ୟ ନିଶାଦଙ୍କ ଖେଳପ୍ରତି ରୁଚି କମିନଥିଲା । ଖେଳ ପାଇଁ ତାଙ୍କ ମା’ ପ୍ରେରଣା ଯୋଗାଇଥିଲେ । ୨୦୦୯ରେ ସେ ଆଥଲେଟିକ୍ସରେ ଯୋଗ ଦେଇଥିଲେ ।