ୟୁଜର୍ସଙ୍କୁ ବ୍ୟାଙ୍କ ପକ୍ଷରୁ ସତର୍କତା, ଏସ୍ଏମ୍ଏସ୍ରୁ ଆକାଉଣ୍ଟରୁ ଖାଲି ହୋଇପାରେ ଟଙ୍କା
ନୂଆଦିଲ୍ଲୀ,୧।୯: ବ୍ୟାଙ୍କ ଠକେଇର ବିପଦ ଏବେ ଖୁବ୍ ବଢିଯାଇଛି। ସାଇବର କ୍ରିମିନାଲମାନେ ନୂଆ ନୂଆ ଢଙ୍ଗରେ ୟୁଜର୍ସଙ୍ଖ ଆକାଉଣ୍ଟ ଖାଲି କରିଦେଉଛନ୍ତି। ଏହି ବିପଦକୁ ଦେଖି ଆଇସିଆଇସିଆଇ ବ୍ୟାଙ୍କ ୟୁଜର୍ସଙ୍କ ପାଇଁ ଏକ ଓ୍ବାର୍ଣ୍ଣିଂ ଜାରି କରିଛି। ଏହି ଓ୍ବାର୍ଣ୍ଣିଂରେ ଏସଏମ୍ଏସ୍ରେ ହେବାକୁ ଥିବା ସ୍କାମ ବିଷୟରେ ୟୁଜର୍ସଙ୍କୁ ଆର୍ଲଟ କରାଯାଇଛି।
ବ୍ୟାଙ୍କ କହିଛି ଫେକ୍ ମେସେଜ୍ ପଠାଇ ସ୍କାମରମାନେ ୟୁଜର୍ସଙ୍କୁ ନିଜ ଜାଲରେ ଫଶାଯାଉଛି। ଏଥିପାଇଁ ଏସ୍ଏମ୍ଏସ୍ରେ ମଲିସିୟସ୍ ଲିଙ୍କ ପଠାଯାଇଥାଏ ଓ ଏହା ଉପରେ କ୍ଲିକ୍ କରି ଫୋନ୍ରେ ଥିବା ସେନ୍ସିଟିଭ ଡାଟାର ଆକ୍ସେସ ହ୍ୟାକରଙ୍କୁ ମିଳିଯାଇଥାଏ।
ୟୁଜର୍ସଙ୍କୁ ଆର୍ଲଟ କରି ବ୍ୟାଙ୍କ କହିଛି, ବ୍ୟାଙ୍କ, ସରକାରୀ ଏଜେଜନ୍ସି କିମ୍ବା କୌଣସି କମ୍ପାନୀର ମେସେଜ୍ ରିସିଭ ହେବାପରେ ଏହାର ସତ୍ୟତା ନିଜେ ଚେକ୍ କରନ୍ତୁ। ଏଥିପାଇଁ ଆପଣଙ୍କୁ ସିଧା ବ୍ୟାଙ୍କର କଷ୍ଟମର କେୟାର ଓ ସରକାରୀ ଏଜେନ୍ସିକୁ କଲ୍ କିମ୍ବା ଇମେଲ କରିପାରିବେ। ସବୁବେଳେ ଧ୍ୟାନରେ ରଖନ୍ତୁ ମେସେଜ୍ରେ ଦିଆଯାଇଥିବା କୌଣସି କଣ୍ଟାକ୍ଟ ନମ୍ବରରେ ଆପଣଙ୍କୁ କଲ୍ କରିବା ଉଚିତ୍ ନୁହେଁ।
ବ୍ୟାଙ୍କ କେବେ ବି ଗ୍ରାହକଙ୍କୁ ଓଟିପି ମାଗିନଥାଏ। ଯଦି ଆପଣଙ୍କୁ କେହି ଓଟିପି ମାଗେ, ତେବେ ବୁଝିନିଅନ୍ତୁ ଏହା ଏକ ସାଇବର କ୍ରିମିନାଲ ଅଟେ। ବ୍ୟାଙ୍କ କେବେ ବି ଓଟିପି ପାଇଁ କଲ୍ କରିନଥାଏ। ଏଭଳି ଭାବରେ ଫ୍ରଡ୍କୁ ଆପଣ ତୁରନ୍ତ cybercrime.go.inକୁ ଯାଇ ରିପୋର୍ଟ ଦାଖଲ କରିପାରିବେ। ଏହାଛଡା ଆପଣ ୧୯୩୦ରେ କଲ୍ କରି ମଧ୍ୟ ନିଜର ଅଭିଯୋଗ ଦାଖଲ କରିପାରିବେ। ଏହାଛଡା ୧୯୩୦ରେ କଲ୍ କରି ମଧ୍ୟ ନିଜର ଅଭିଯୋଗ ଦାଖଲ କରିପାରିବେ।