ଗୋପାଳପୁର ଏନଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଗୋପାଳପୁର: ଗୋପାଳପୁର ଏନଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି। ସକାଳୁ କାର୍ଯ୍ୟାଳୟ ପରିସରରେ ପତକା ଉତ୍ତୋଳନ କରାଯାଇଥିଲା। ପରେ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ, ଜାଗୃତି ସେବା ସଦନ, ଶ୍ରଦ୍ଧା ସଞ୍ଜବିନୀ କେନ୍ଦ୍ର, ଜରା ନିବାସରେ ଅନ୍ତଃବାସୀଙ୍କୁ ଫଳ ବଣ୍ଟନ କରା ଯାଇଥିଲା। ପରେ ସନ୍ଧ୍ୟାରେ ନୂତନ ବସଷ୍ଟାଣ୍ଡ ପରିସରରେ ଏନଏସି ଅଧ୍ୟକ୍ଷ ଏ.
ଜାନକୀ ରାମଙ୍କ ଅଧକ୍ଷତାରେ ଏକ ସଭା ଆୟୋଜନ ହୋଇଥିଲା। ଏଥିରେ ଅତିଥି ଭାବେ ଇଲେକ୍ଟ୍ରିକାଲ ଯନ୍ତ୍ରୀ ସୁରେଶ ଶତପଥୀ, ଉପାଧ୍ୟକ୍ଷା ବି.ଉମାଙ୍କ ସମେତ ସମସ୍ତ କାଉନସିଲ ମଂଚାସୀନ ରହି ସ୍ୱାୟତ୍ତ ଶାସନ ଦିବସ ଉପରେ ଆଲୋକପାତ କରିଥିଲେ। ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଗୋପାଳପୁର ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ବେଳେ ସଫା ସୁତରା ରଖିବାକୁ କହିବା ସହ ନିୟମିତ ହୋଲଡିଂ କର ବାନ୍ଧିବା, ନିଜ ନିଜ ଅଞ୍ଚଳକୁ ସଫା ସୁତରା ରଖିବା ଏବଂ ନିଜ ଘରର ଅଳିଆ ଆବର୍ଜନାକୁ ଅଳିଆ ଗାଡ଼ିରେ ପକାଇବା ସହ ଡଷ୍ଟବିନ୍ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ।