ଦେଶ- ବିଦେଶ

କେ ସି ତ୍ୟାଗୀ JDU ର ପ୍ରବକ୍ତା ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ, ୧/୯ : କେ ସି ତ୍ୟାଗୀ ଜେଡିୟୁର ପ୍ରବକ୍ତା ପଦରୁ ଇସ୍ତଫା ଦେଇଛନ୍ତି । ଏହାପରେ ରାଜୀବ ରଞ୍ଜନ ପ୍ରସାଦଙ୍କୁ ନୂଆ ପ୍ରବକ୍ତା ଭାବେ ନିଯୁକ୍ତ କରିଛନ୍ତି । ସୂଚନା ମୁତାବକ କେ ସି ତ୍ୟାଗୀଙ୍କୁ ଇଜରାୟଲ – ଫିଲିସ୍ତୀନ ମୁଦ୍ଦା ଉପରେ ବୟାନ ଦେବା କାରଣରୁ ନିଜକୁ ଇସ୍ତଫା ଦେବାକୁ ପଡ଼ିଛି କାରଣ ପାର୍ଟି ଏହି ବୟାନରେ ଖୁସି ନାହିଁ ।

କେ ସି ତ୍ୟାଗୀ ଇସ୍ତଫା ଦେବା ମୁଦ୍ଦା ଉପରେ ଜନତା ଦଳ ୟୁନାଇଟେଡ ସୂତ୍ର ଅନୁସାରେ ସେ କେତେକ ମୁଦ୍ଦା ଉପରେ ନିଜର ଭିନ୍ନ ଏକ ଲାଇନ ନେଉଥିଲେ, ଯାହା ଦ୍ବାରା ପାର୍ଟିକୁ ଅପବାଦ ମୁଣ୍ଡାଇବାକୁ ପଡ଼ିଥିଲା । ଯେଉଁଥିରେ ସୁପ୍ରିମ କୋର୍ଟର ନିଷ୍ପତ୍ତି ପରେ ଏସସି- ଏସଟି ଆରକ୍ଷଣର ମୁଦ୍ଦା, ପରେ ଇଜରାୟଲ – ଫିଲିସ୍ତୀନର ମୁଦ୍ଦା ସାମିଲ ରହିଛି । ଯେଉଁଠାରେ ସେ ଭାରତ ବ୍ଲକର ଅଧିକାଂଶ ନେତାଙ୍କ ସହ ହସ୍ତାକ୍ଷର କରିଥିଲେ, ଏଥିଲାଗି ଦଳ ଏଭଳି ପଦକ୍ଷେପ ଉଠାଇଛି । ଏଥିଲାଗି ସେ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ସ୍ଥାନରେ ଜଣେ ନୂଆ ରାଷ୍ଟ୍ରୀୟ ପ୍ରବକ୍ତା ନିଯୁକ୍ତ କରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button