ରାଜ୍ୟ

ଆଳିରେ ଅଜଣା ରୋଗ ଭୟ, ୨୦ ଦିନ ବିତିଯାଇଥିଲେ ମଧ୍ୟ ରୋଗର ପ୍ରକୃତ କାରଣ ଜଣାପଡିନି

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ମାଣିକ ପାଟଣା ପଞ୍ଚାୟତର ୧୩ନମ୍ବର ୱାର୍ଡରେ ଅଜଣା ରୋଗ ଭୟ। ୧୦୦ରୁଉର୍ଦ୍ଧ୍ବ ଲୋକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏହାରି ଭିତରେ ୨୦ଦିନ ବିତିଯାଇଥିଲେ ମଧ୍ୟ ରୋଗର ପ୍ରକୃତ କାରଣ ଜଣାପଡିନାହିଁ । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଡାକ୍ତରୀ ଦଳ ଗାଁରେ ପହଁଚି ସଚେତନତା କାର୍ଯ୍ୟକ୍ରମ କରିବା ସହ ରୋଗୀଙ୍କୁ ଚିକିତ୍ସିତ କରି ଔଷଧ ପ୍ରଦାନ କରିଛନ୍ତି ।

ଗାଁର ଅଳିଆ ଆବର୍ଜନା ସ୍ଥାନ ଗୁଡିକୁ ସଫା ସୁତୁରା ରଖିବା ପାଇଁ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ । ମଶା ଅଣ୍ଡା ଦେଇଥିବା ସ୍ଥାନଗୁଡିକୁ ମଧ୍ୟ ନଷ୍ଟ କରିଥିଲେ । କାହିଁକି ଲୋକମାନେ ଜ୍ଵରରେ ଆକ୍ରାନ୍ତ ହେଉଛନ୍ତି ତାର ପ୍ରକୃତ କାରଣ କଣ ସେ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଡାକ୍ତରୀ ଟିମ ରୋଗୀଙ୍କ ରକ୍ତ ନମୁନା ଓ ପିଇବା ପାଣି ପରୀକ୍ଷା ପାଇଁ ନେଇଛନ୍ତି । ରିପୋର୍ଟ ଆସିବା ପରେ କାରଣ ଜଣାପଡିବ ବୋଲି ଆଳି CHCର ମେଡ଼ିକାଲ ଅଫିସର କହିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button