ଏୟାର ଇଣ୍ଡିଆ-ଭିସ୍ତାରା ମିଶ୍ରଣ : ସେପ୍ଟେମ୍ବର ୩ରୁ ଟିକଟ ବୁକିଂ ବନ୍ଦ

ନୂଆଦିଲ୍ଲୀ : ବିମାନ କମ୍ପାନୀ ଏୟାର ଇଣ୍ଡିଆ ସହ ଭିସ୍ତାରାର ହେବ ମିଶ୍ରଣ। ଏହି ମିଶ୍ରଣ ଚୁକ୍ତି ଚୂଡ଼ାନ୍ତ ହୋଇଛି। କାରଣ ସିଙ୍ଗାପୁର ଏୟାରଲାଇନ୍ସ ଏୟାର ଇଣ୍ଡିଆ ସହ ମିଶି ଭାରତରେ ବ୍ୟବସାୟ କରିବ। ନଭେମ୍ବର ୧୧ରେ ବିମାନ କମ୍ପାନୀ ଶେଷ ଥର ପାଇଁ ଉଡ଼ାଣ ଭରିବ। ବିମାନ ପାଇଁ ସେପ୍ଟେମ୍ବର ୩ ତାରିଖଠାରୁ ଟିକଟ ବୁକିଂ ବନ୍ଦ ରହିବ।
ନଭେମ୍ବର ୧୨ ତାରିଖରୁ ଭିସ୍ତାରର ସମସ୍ତ ବିମାନ କେବଳ ଏୟାର ଇଣ୍ଡିଆ ଦ୍ୱାରା ପରିଚାଳିତ ହେବ। ଏଥିପାଇଁ ଟିକଟ୍ ବୁକିଂ ଏୟାର ଇଣ୍ଡିଆ ୱେବସାଇଟ୍ ମାଧ୍ୟମରେ ମଧ୍ୟ କରାଯିବ। ଭିସ୍ତାରା ପକ୍ଷରୁ ଏନେଇ ଗତକାଲି ସୂଚନା ଦିଆଯାଇଛି।
ଏୟାର ଲାଇନ୍ କହିଛି ଯେ ନଭେମ୍ବର ୧୨ କିମ୍ବା ଏହାପରର ଯାତ୍ରା ପାଇଁ ଟିକଟ୍ ବୁକିଂ ସେପ୍ଟେମ୍ବର ୩ ରୁ କମ୍ପାନୀର ୱେବସାଇଟରୁ ବନ୍ଦ ହୋଇଯିବ। ନଭେମ୍ବର ୧୧ ପର୍ଯ୍ୟନ୍ତ ଭିସ୍ତାରା ଟିକେଟ ବୁକିଂ ଜାରି ରହିବ ବୋଲି କମ୍ପାନୀ କହିଛି। ଏୟାର ଇଣ୍ଡିଆ-ଭିସ୍ତାରା ନଭେମ୍ବର ୨୦୨୨ରେ ମର୍ଜର ଡିଲ୍ ଚୁକ୍ତି ହୋଇଥିଲା ସେପ୍ଟେମ୍ବର୨୦୨୩ରେ ଭାରତୀୟ ରେଗୁଲେଟର କମ୍ପିଟିସନ କମିଶନ ଅଫ୍ ଇଣ୍ଡିଆ ଅନୁମୋଦନ ଦେଇଥିଲା। ସେହିପରି ଚଳିତ ବର୍ଷ ଆରମ୍ଭରେ, ସିଙ୍ଗାପୁରର କମ୍ପିଟିସନ ଆଣ୍ଡ କଞ୍ଜ୍ୟୁମର କମିଶନ ଅଫି ସିଙ୍ଗାପୁର ଏହି ମିଶ୍ରଣକୁ ଅନୁମୋଦନ ଦେଇଥିଲେ। ଏହି ମିଶ୍ରଣ ପରେ ଏୟାର ଇଣ୍ଡିଆ ଗ୍ରୁପ୍ ଦେଶର ଦ୍ୱିତୀୟ ବୃହତ୍ତମ ଘରୋଇ ବିମାନ ଏବଂ ମାର୍କେଟ ଶେୟାର ଦୃଷ୍ଟିରୁ ସର୍ବ ବୃହତ ଅନ୍ତର୍ଜାତୀୟ ବିମାନ ସେବା ହୋଇପାରିଛି।