ରାଜ୍ୟ
ବିଧାନସଭା ଓ ସରକାରୀ ଛୁଟି: ସେପ୍ଟେମ୍ବର ୨, ୯ ଏବଂ ୧୬ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ୱର,୩୧/୦୮: ଆସନ୍ତା ସେପ୍ଟେମ୍ବରର ପ୍ରଥମ ୩ ସୋମବାରରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ ଅଭିଯୋଗ ଶୁଣାଣି । ଏ ସଂକ୍ରାନ୍ତରେ ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସଂପ୍ରତି ବିଧାନସଭା ଅଧିବେଶନ ଚାଲିଥିବାରୁ ୨ ତାରିଖରେ ଶୁଣାଣି ବନ୍ଦ ରହିବ ।
ସେହିପରି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ୯ ତାରିଖ ଓ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଇଁ ୧୬ ତାରିଖରେ ଶୁଣାଣି ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ଜନ ଅଭିଯୋଗ ଶୁଣାଣିର ପରବର୍ତ୍ତୀ ତାରିଖ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯିବ ବୋଲି କୁହାଯାଇଛି।