ରାଜ୍ୟ

ଓଏଏସ୍‌ ସ୍ତରରେ ଅଦଳବଦଳ:ବଦଳିଲେ ୫ ବରିଷ୍ଠ ଓଏଏସ୍‌ ଅଧିକାରୀ, ହାଉସିଂ ବିଭାଗର ନିର୍ଦ୍ଦେଶକ ହେଲେ ଗଙ୍ଗାଧର ନାୟକ

ଭୁବନେଶ୍ୱର,୩୧/୦୮: ରାଜ୍ୟ ସରକାର ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ୫ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଗଙ୍ଗାଧର ନାୟକଙ୍କୁ ହାଉସିଂ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେହିପରି ହାଉସିଂ ବିଭାଗର ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ବରିଷ୍ଠ ଓଏଏସ୍ ଦେବାଶିଷ ସିଂହଙ୍କୁ ପୌର ପ୍ରଶାସନର ନିର୍ଦ୍ଦେଶକ, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଅତିରିକ୍ତ ନିର୍ଦ୍ଦେଶକ ଆରାଧାନା ଦାସଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି ।

ତାଙ୍କ ସ୍ଥାନରେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଶିବ ରାଓଙ୍କୁ ଅବସ୍ଥାପିତ କରାଯାଇଛି । ସେହିପରି ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଘାସିରାମ ମୁର୍ମୁଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button