ରାଜ୍ୟ
ଯାଞ୍ଚ ହେବ ଛତୁଆର ମାନ, ନିମ୍ନମାନର ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ଵର, ୩୧/୦୮ : ନିମ୍ନ ମାନର ଛତୁଆକୁ ନେଇ ଗୃହରେ ଏକାଧିକ ବିଧାୟକଙ୍କ ଉଦ୍ବେଗ। କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ନିର୍ଦ୍ଦେଶ ଦେଲେ ବାଚସ୍ପତି ସୁରମା ପାଢୀ। ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସି ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି। ଏହା ସହ ୫ ବର୍ଷରେ କେଉଁ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ତାହାର ବିବରଣୀ ମାଗିଲେ।
ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ଛତୁଆର ମାନ ଯାଞ୍ଚ୍ ହେବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ସବୁ ଏଜେନ୍ସି ସହ ଛତୁଆର ମାନ ଯାଞ୍ଚ୍ କରି ଗୃହରେ ରିପୋର୍ଟ ଦେବାକୁ କହିଛନ୍ତି।