ରାଜ୍ୟ

ବିପଦ ସଙ୍କେତ ଉପରେ ଜଳକା

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ। ବାଲେଶ୍ବର ଜିଲ୍ଲା ମଥାନୀ ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର। ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବା ବେଳେ ସକାଳ ୭ଟା ସୁଦ୍ଧା ଜଳସ୍ତର ବଢ଼ି ୬.୨୬ ମିଟରକୁ ଛୁଇଁଛି। ଲଘୁଚାପ ପାଇଁ ଗତ ୩ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ବୃଦ୍ଧି ପାଉଥିବାରୁ ତଳିଆ ଅଂଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି । ନଦୀ ଉପକୂଳର ଲୋକେ ବନ୍ୟା ଭୟରେ ଆତଙ୍କିତ ହୋଇପଡିଛନ୍ତି । ଏବେ ଚାଷ କାର୍ଯ୍ୟ ଚାଲିଥିବାରୁ ବନ୍ୟା ହେଲେ ଚାଷ କାମ ପ୍ରବାହିତ ହେବା ଆଶଙ୍କା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button