ରାଜ୍ୟ

ନରାକାସ୍‌ ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି (ନରାକାସ୍‌/ବ୍ୟାଙ୍କ) ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ ଗୁରୁବାର ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ପ୍ରଧାନ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଦିନେଶ ପୃଥ୍ବୀ ଅଧ୍ୟକ୍ଷ ନରାକାସ (ବ୍ୟାଙ୍କ) ଏବଂ ମୁଖ୍ୟ ମହାପ୍ରବନ୍ଧକ ଏସ୍‌ବିଆଇ ଭୁବନେଶ୍ବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ତଥା ରାଜଭାଷା ବିଭାଗର ପ୍ରତିନିଧି ନିର୍ମଲ କୁମାର ଦୁବେ, ସହକାରୀ ନିର୍ଦ୍ଦେଶକ (କାର୍ଯ୍ୟାନ୍ବୟନ)ଙ୍କ ଉପସ୍ଥିତିରେ ଏହି ବୈଠକ ସମ୍ପାଦିତ ହୋଇଯାଇଛି।

ଏହି ବୈଠକରେ ଡ. ସାରଦା ପ୍ରସନ୍ନ ମହାନ୍ତି, କ୍ଷେତ୍ରୀୟ ନିର୍ଦ୍ଦେଶକ,ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ), ଡା. ସୁଧାଂଶୁ କେକେ ମିଶ୍ର, ମୁଖ୍ୟ ମହାପ୍ରବନ୍ଧକ,ନାବାର୍ଡ,ମନୋଜ କୁମାର ସିଂହ ଉପାଧ୍ୟକ୍ଷ ଏବଂ ମଣ୍ଡଳ ବିକାଶ ଅଧିକାରୀ, ଭାରତୀୟ ଷ୍ଟେଟ ବ୍ୟାଙ୍କ ତଥା ଭୁବନେଶ୍ବର ସ୍ଥିତ ସମସ୍ତ ସରକାରୀ ବ୍ୟାଙ୍କ ଏବଂ ବୀମା କମ୍ପାନୀର ଉପ ମହାପ୍ରବନ୍ଧକ, ବରିଷ୍ଠ କାର୍ଯ୍ୟପାଳକ ଏବଂ ରାଜଭାଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପ୍ରାରମ୍ଭରେ ନରାକାସ୍‌ (ବ୍ୟାଙ୍କ) ଭୁବନେଶ୍ୱରର ଉପସଭାପତି ମନୋଜ କୁମାର ସିଂହ ସ୍ବାଗତ ଭାଷଣ ପ୍ରଦାନ ସହ ସମସ୍ତ ସଦସ୍ୟଙ୍କ ସକ୍ରିୟ ସହଯୋଗ ପାଇଁ ପ୍ରଶଂସା କରିଥିଲେ।

ବୈଠକରେ ସଦସ୍ୟ ବ୍ୟାଙ୍କ ଏବଂ ବୀମା କମ୍ପାନୀଗୁଡ଼ିକ ଦ୍ୱାରା ରାଜଭାଷାର ପ୍ରଚାରପ୍ରସାର ପାଇଁ ଗତ ୬ମାସ ମଧ୍ୟରେ ଆୟୋଜନ କରାଯାଇଥିବା ବିଭିନ୍ନ ହିନ୍ଦୀ କାର୍ଯ୍ୟକ୍ରମ ସମ୍ପର୍କିତ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଗୃହ ମନ୍ତ୍ରଣାଳୟର ସହକାରୀ ନିର୍ଦ୍ଦେଶକ ନିର୍ମଳ କୁମାର ଦୁବେ ତାଙ୍କ ସମୀକ୍ଷାରେ ନରାକାସ୍‌(ବ୍ୟାଙ୍କ)ଭୁବନେଶ୍ୱରର ପ୍ରଦର୍ଶନକୁ ପ୍ରଶଂସା କରିବା ସହ ଏହି କମିଟି ଦେଶର ଶ୍ରେଷ୍ଠ କମିଟି ମଧ୍ୟରୁ ଅନ୍ୟତମ ବୋଲି କହିଥିଲେ। ଏପରିକି କ୍ରମାଗତ ଭାବେ ଜାତୀୟସ୍ତରରେ ରାଜଭାଷା କୀର୍ତ୍ତି ପୁରସ୍କାର ପାଇବା ଗର୍ବ ଓ ଗୌରବର ବିଷୟ ହୋଇଥିଲାବେଳେ ଏହି ଉତ୍ସାହକୁ ବଜାୟ ରଖି ସମସ୍ତ ସଦସ୍ୟଙ୍କୁ ଆଗକୁ ମଧ୍ୟ ସକ୍ରିୟ ଭାବେ କାର୍ଯ୍ୟ ଜାରି ରଖିବା ପାଇଁ ସେ କହିଥିଲେ। ଏହି ଅବସରରେ ସଦସ୍ୟ କାର୍ଯ୍ୟାଳୟଙ୍କ ପକ୍ଷରୁ ଆୟୋଜିତ ହିନ୍ଦୀ ପ୍ରତିଯୋଗିତାର ବିଜେତାମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ସଦସ୍ୟ ସଚିବ ତଥା ଏସ୍‌ବିଆଇର ସହାୟକ ମହାପ୍ରବନ୍ଧକ (ରାଜଭାଷା) ବି.ବି . ଗୋପାଳ ରେଡ୍ଡୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷରେ ଆର୍‌ବିଆଇର ସହାୟକ ମହାପ୍ରବନ୍ଧକ (ରାଜଭାଷା) ବିବେକ ଯାଦବ ଧନ୍ୟବାଦ ଅଭିଭାଷଣ ଦେଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button