ରାଜ୍ୟ

ବାଲି ବୋଝେଇ ଟ୍ରକ ଚଳାଚଳକୁ ବିରୋଧ କରି ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ

ନନ୍ଦପୁର : ଗ୍ରାମାଞ୍ଚଳ ରାସ୍ତାରେ ବାଲି ବୋଝେଇ ଟ୍ରକ ଚଳାଚଳକୁ ବିରୋଧ କରି ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରୋକ । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଲେ ଶତାଧିକ ଟ୍ରକ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ହାଟଡିହି ବ୍ଲକର ଅଣାଠାରୁ ସମଣା ଏହି ରାସ୍ତାଟି ଏକ ଗ୍ରାମାଞ୍ଚଳ ରାସ୍ତା ହୋଇଥିବାବେଳେ ଶହ ଶହ ଭାରିଜାନ ଚ଼ଳାଚ଼ଳ କରୁଛି ।

ବିଶଷେକରି ଏହି ଭାରିଜାନ ମାଧ୍ୟମରେ ବୈତରଣୀ ଘାଟରୁ ବାଲି ପରିବହନ ହେଉଥିବା ବେଳେ ସାଧାରଣ ଜନ ଜୀବନ ପ୍ରତି ଯାତାୟାତ ରେ ବିପଦ ସୃଷ୍ଟି ହୋଇଛି । ବାଲି ବୋଝେଇ ଟ୍ରକ, ହାଇୱା ଗୁଡିକ ନିରବଛିନ୍ନ ଭାବରେ ଏହି ରାସ୍ତାରେ ଯାତାୟାତ କରୁଥିବା ବେଳେ ଦୁର୍ଘଟଣାରେ କେତେବେଳେ କାହାର ପ୍ରାଣ ଯାଉଛି ତାର ହିସାବ କାହାରି ପାଖରେ ନାହିଁ । ଏହି ରାସ୍ତାରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ଯିବାରେ ଅସୁବିଧା ଭୋଗୁଛନ୍ତି । ତେଣୁ ପ୍ରଶାସନ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button