ଦେଶ- ବିଦେଶ

ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ! ଅନେକ ଫୁଟେଜ୍‌ ଲିକ୍‌.କଲେଜ ପରିସରରେ ଛାତ୍ରୀଙ୍କ ବିରୋଧ ପ୍ରଦର୍ଶନ

ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା । ଆନ୍ଧ୍ରପ୍ରଦେଶର ଏକ ଇଞ୍ଜିନିୟରିଂ କଲେଜର ଲେଡିଜ୍‌ ହଷ୍ଟେଲରେ ଗୁପ୍ତ କ୍ୟାମେରା ମିଳିବା ପରେ ଉତ୍ତେଜନା ଦେଖାଦେଇଛି । ଜଣେ ଛାତ୍ରୀଙ୍କ ନଜର ପଡ଼ିବାରୁ ସେ ଏ ନେଇ ତୁରନ୍ତ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କ୍ୟାମେରା ଦ୍ୱାରା ରେକର୍ଡ ହୋଇଥିବା କିଛି ଫଟୋ ଏବଂ ଭିଡିଓ ବଏଜ୍‌ ହଷ୍ଟେଲରେ ମଧ୍ୟ ସେୟାର କରାଯାଇଛି ।

ଏହି ଘଟଣାକୁ ନେଇ ଉତ୍ତେଜିତ ଛାତ୍ରୀମାନେ କଲେଜ ପରିସରରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି ।

ଆନ୍ଧ୍ରର କୃଷ୍ଣା ଜିଲ୍ଲାରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ଏହି ଘଟଣା ଘଟିଛି । ଏଠାରେ ଲେଡିଜ୍‌ ହଷ୍ଟେଲରେ ଗୁପ୍ତ କ୍ୟାମେରା ଲଗାଯାଇଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ସେମାନେ କଲେଜ ପରିସରରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି । କ୍ରୋଧିତ ଛାତ୍ରୀମାନେ ‘ଓ୍ୱି ଓ୍ୱାଣ୍ଟ୍‌ ଜଷ୍ଟିସ୍‌’ ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ଗୋପନୀୟତା ଉଲ୍ଲଂଘନ କରିଥିବା ତଥା ଭିଡିଓ ଫୁଟେଜ୍‌ ସେୟାର କରିଥିବା ବ୍ୟକ୍ତି ବିରୋଧରେ ସେମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଏହି ଘଟଣାରେ ଇଞ୍ଜିନିୟରିଂ ଶେଷ ବର୍ଷର ଜଣେ ଛାତ୍ରଙ୍କୁ ପୋଲିସ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି । ଏ ନେଇ ମାମଲା ମଧ୍ୟ ରୁଜୁ କରାଯାଇଛି । ସେପଟେ କଲେଜ କର୍ତ୍ତୃପକ୍ଷ ଛାତ୍ରୀ ଏବଂ ଅଭିଭାବକମାନଙ୍କୁ ଆଶ୍ୱସନା ଦେଇ ଏହି ପୂରା ମାମଲାର ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button