ଦେଶ- ବିଦେଶ

‘ଅନୁପମା’ ସୋ’ ଛାଡ଼ିଲେ ବନରାଜ ଶାହା ଭୂମିକା ନିଭାଉଥିବା ସୁଧାଂଶୁ ପାଣ୍ଡେ

ମୁମ୍ବାଇ: ସଂପ୍ରତି ଷ୍ଟାର୍ପ୍ଲସ୍ରେ ପ୍ରସାରିତ ହେଉଥିବା ‘ଅନୁପମା’ ଧାରାବାହିକ ଦର୍ଶକଙ୍କ ପ୍ରିୟ ପାଲଟି ଯାଇଛି। ମାତ୍ର ଏହି ସୋ’ରୁ ଗୋଟାଏ ପରେ ଗୋଟାଏ କଳାକାର ବିଦାୟ ନେଉଥିବାର ଦେଖିବାକୁ ମିଳୁଛି।

ଏହି ସୋ’ର ଆରମ୍ଭ ଲକ୍ଡାଉନ୍ ସମୟରେ ହୋଇଥିଲା ଏବଂ ଗତ ୪ ବର୍ଷ ମଧ୍ୟରେ ଏହା ଘରେ ଘରେ ପ୍ରିୟ ପାଲଟି ଯାଇଛି। ଲୋକେ କେବଳ ଏହି ସୋ’ ସହିତ ଯୋଡ଼ି ହୋଇନାହାନ୍ତି ବରଂ ଏହି ସୋ’ର ସମସ୍ତ କଳାକାର ଦର୍ଶକଙ୍କ ମନ ଭିତରେ ଘର କରି ସାରିଛନ୍ତି।

ମାତ୍ର ଦୁଃଖର କଥା ହେଉଛ କିଛି ଦିନ ଅନ୍ତରରେ କେହି ନା କେହି କଳାକାର ସୋ’କୁ ବାୟ ବାୟ କରି ଦେଉଛନ୍ତି।

ନିକଟରେ ବୁଧବାର ଦିନ ‘ଅନୁପମା’ ସିରିୟଲ୍ରେ ବନରାଜ ଶାହାଙ୍କ ଭୂମିକା ନିଭାଉଥିବା ସୁଧାଂଶୁ ସୋ’ ଛାଡ଼ିବାର ଘୋଷଣା କରବା ପରେ ଦର୍ଶକମାନେ ନିରାଶ ହୋଇଛନ୍ତି। ସୁଧାଂଶୁ ଆୀମ୍ଭରୁ ସୋ’ ସହିତ ଯୋଡ଼ି ହୋଇ ରହିଥିବାରୁ ଅଚାନକ ତାଙ୍କର ଏପରି ସୋ’ ଛାଡ଼ିବା କଥାକୁ ପ୍ରଶଂସକ ସହଜରେ ଗ୍ରହଣ କରିପାରୁନାହାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button