ରାଜ୍ୟ
ଶିଳ୍ପ ପାଇଁ ଜମି ବ୍ୟବହାର କରୁନାହାନ୍ତି ଶିଳ୍ପ ସଂସ୍ଥା

ଭୁବନେଶ୍ବର: ଶିଳ୍ପ ସଂସ୍ଥା ଶିଳ୍ପ ପାଇଁ ଜମି ବ୍ୟବହାର କରୁନାହାନ୍ତି । ୧୦ ବର୍ଷରୁ ଅଧିକ ସମୟ ଧରି ଜମି ନେଇ ମଧ୍ୟ ଶିଳ୍ପ ପ୍ରତିଷ୍ଠା କରୁନାହାନ୍ତି।
ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପ ସଂସ୍ଥା ଜମି ନେଇଛନ୍ତି। କିନ୍ତୁ କୌଣସି ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ହେଉନି। ଶିଳ୍ପ ସଂସ୍ଥା ଯେତିକି ଜମି ପାଇଛନ୍ତି ତାହା ଠୁ ଅଧିକ ଜମି ମାଡ଼ି ବସିଛନ୍ତି।
ସେସବୁ ସର୍ଭେ କରି ଚିହ୍ନଟ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ଏହା ସହିତ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ଉତ୍ତର ରଖିଛନ୍ତି ଯେ ରାଜ୍ୟରେ ୩୧୭ ଟି ତହସିଲ ଅଫିସ ଅଛି। ସମୁଦାୟ ୫ ତହସିଲଦାର ଓ ୨୧୭ ଅତିରିକ୍ତ ତହସିଲଦାର ପଦ ଖାଲି ପଡିଛି।




