ଦେଶ- ବିଦେଶ

ଚାଣକ୍ୟ ଙ୍କର ଏହି 5ଟି କଥା ଜାଣି ଦେବେ ତ ଆପଣ ଜୀବନରେ କେବେବି ହାରିବେ ନାହିଁ, ସଫଳତା ଛୁଇଁବ ପାଦ, କରିକି ଦେଖନ୍ତୁ

ଚାଣକ୍ୟଙ୍କୁ ଆମେ ସବୁ କୌଟିଲ୍ୟ ନାମରେ ମଧ୍ୟ ଜାଣି ଥାଉ । ସେ ଚନ୍ଦ୍ରଗୁପ୍ତ ମୌର୍ୟଙ୍କର ମହାମନ୍ତ୍ରୀ ଥିଲେ । ବୁଦ୍ଧି ର ମାମଲାରେ ଚାଣକ୍ୟ ସମସ୍ତଙ୍କ ଠାରୁ ଉଚ୍ଚରେ ଥିଲେ । ତାଙ୍କର ନିଜର ଏକ ଭିନ୍ନ ବିଚାରଧାରା ଥିଲା । ସେ ସବୁବେଳେ ଲୋକଙ୍କୁ ଠିକ୍ ମାର୍ଗରେ ଯିବା ପାଇଁ ଉପଦେଶ ଦେଉଥିଲେ । ଆଜି ର ଏହି ଆର୍ଟିକଲ ରେ ଆମ ଆପଣଙ୍କୁ ଚାଣକ୍ୟଙ୍କ ଏମତି ୫ ଟି କଥା ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ଦୈନଦିନ ଜିବନରେ ବହୁତ ସାହାଯ୍ୟ କରିବ ।

ଚାଣକ୍ୟଙ୍କ ଅନୁସାରେ ସବୁ ମଣିଷଙ୍କୁ ସବୁ କାମ ନିଜର ପୁରା ସାହସ ଏବଂ ମନ ଦେଇ କରିବା ଉଚିତ । ଯେମିତି ସିଂହ ନିଜର ଶିକାର ଧରିଥାଏ ସେହି ଭଳି ମଣିଷ ନିଜର କାମକୁ ପୁରା କରିବା ଦରକାର ଏବଂ ହାର କେବେବି ମାନିବା କଥା ନୁହେଁ । ଯଦି କୌଣସି ମଣିଷ ନିଜର ବଳ ଲଗାଏ ନାହିଁ ତେବେ ଭାବି ନିଅନ୍ତୁ ତାହାର ପ୍ରୟାସ ବିଫଳ ହୋଇ ଥାଏ । ଚାଣକ୍ୟଙ୍କ ଅନୁସାରେ ଗୋଟିଏ ସିଂହ ନିଜର ଶିକାର କରିବା ପାଇଁ ଲଢେ କିମ୍ବା ତାହାର ପଛରେ ଯାଏ ସେ କୌଣସି କାମକୁ କରିବା ପାଇଁ ନିଜର ପୁରା ଶକ୍ତି ଲଗାଇ ଥାଏ । ଆମକୁ ସେମିତି କରିବା ଦରକାର ।

ଚାଣକ୍ୟଙ୍କ ଅନୁସାରେ ଗୋଟିଏ ବଗ ପୁରା ସ୍ଥିର ସହିତ ଛିଡାହୋଇ ସବୁକିଛି ଦେଖିଥାଏ । ବଗ ସେତେବେଳେ ଛିଡା ହୋଇଥାଏ ଯେତେବେଳ ମାଛ ଗୁଡିକ ଏପଟ ସେପଟ ହୋଇଥାଏ । କିନ୍ତୁ ସେ କେବେବି କୁମ୍ଭୀର ଥିବା ଜାଗରେ ଛିଡା ହୋଇ ନଥାଏ । ସେ ଜାଣିଥାଏ ଯେ ସେ କାହାକୁ ନିଜ ଥଣ୍ଟରେ ମାରିପାରିବ ଏବଂ ସେ କେବେବି କୁମ୍ଭୀରକୁ ମରିପାରିବ ନାହିଁ । ବଗ ଠାରୁ ଏହା ଶିଖିବା ଦରକାର ଯେ ଆମକୁ କେଉଁଠି ଖୁମ୍ପିବା ଦରକାର ଏବଂ କେଉଁଠି ନୁହେଁ ।

ଚାଣକ୍ୟଙ୍କ ତୃତୀୟ କଥା, କୁକୁଡା ଜୀବନର ଅନୁଭବ କରାଏ କି, ଯେମିତି କୁକୁଡା ସୂର୍ଯ୍ୟଦୟ ପୂର୍ବରୁ ଉଠି ଯାଏ ଏବଂ ନିଜର ସବୁ ଲଢେଇ ସାହସର ସହିତ ଲଢେ, ଠିକ ସେମିତି ମନୁଷ୍ୟକୁ ସୂର୍ଯ୍ୟଦୟ ପୂର୍ବରୁ ଉଠିବା ଦରକାର ଏବଂ ନିଜର ସବୁ ଲଢେଇ କୁ ସାହସର ସହିତ ଲଢିବା ଦରକାର ।

ଯେମିତି କାଉ କଠିନ ହୃଦୟ ସହିତ ବଢିଥାଏ ଏବଂ ଯିଏ ଯେତେ ଖରାପ କହିଲେ ମଧ୍ୟ ସେ ତାହର ଇଛାଅନୁସାରେ କାମ ଅକରିଥାଏ । ଆମକୁ ସେହି ଭଳି କରିବା ଉଚିତ ।

ଚାଣକ୍ୟଙ୍କ ଅନୁସାରେ କୁକୁର ସବୁଠାରୁ ବିଶ୍ଵାସୀ ପଶୁ ହୋଇଥାଏ । ତାହାର ଏହି ଗୁଣକୁ ଆମ ଜୀବନରେ ମଧ୍ୟ ବହୁତ କାମେ ଆସିଥାଏ ।

ଏହି ସବୁ କଥା ଧ୍ୟାନରେ ରଖିଲେ ଆପଣ ଜୀବନରେ କେବେ ହାରିବେ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button